ନୟାଗଡ଼, (ବାଘୁଆବାର୍ତ୍ତା ବ୍ୟୁରୋ) : ନୟାଗଡ଼ ଜିଲ୍ଲା ସଦରଥାନା ଅନ୍ତର୍ଗତ କୋଡ଼ିଏ କାହାଣୀଆ ପୋଖରୀ କୂଳରେ ଆଜି ଏକ ଭୃଣ ପଡ଼ିଥିବା ଦେଖିବାକୁ ମିଳିଛି । ଭୃଣଟି କିଏ ପକାଇଛି ତାହା ଜଣାପଡ଼ିନଥିବା ବେଳେ ଘଟଣା ସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ଅତି କ୍ଷୁଦ୍ର ଅବସ୍ଥାରେ ଭୃଣଟି ରହିଥିବାରୁ ଏହା କନ୍ୟା ଭୃଣ ନା ନାହିଁ ତାହା ସ୍ପଷ୍ଟ ହୋଇ ପାରିନାହିଁ । କେହି କେହି ଏହାକୁ ଅବୈଧ୍ୟ ବୋଲି ମତ ଦେଉଥିବା ବେଳେ ପୁଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି ।





