ଭୂବନେଶ୍ୱର,(ବାଘୁଆବାର୍ତ୍ତା): ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅମ୍ପନ ବାତ୍ୟାର ପ୍ରଭାବ ଦେଖିବା ଏବଂ ସମୀକ୍ଷା କରିବା ପାଇଁ ପଶ୍ଚିମବଙ୍ଗ ଓ ଓଙ୍ଗ଼ିଶା ଗ୍ରସ୍ତ କରିଥିଲେ । ସ୍ୱତନ୍ତ୍ର ବିମାନ ଯୋଗେ ପ୍ରଧାନମନ୍ତ୍ରୀ ଆସିବା ସହ ହେଲିକାପ୍ଟର ଯୋଗେ ପ୍ରଥମେ ପଶ୍ଚିମବଙ୍ଗର ବାତ୍ୟା ଅଂଚଳ ବୁଲି ଏକ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ । ପରେ ମୋଦି ଓଡ଼ିଶା ଗ୍ରସ୍ତରେ ଆସିବା ପରେ ତାଙ୍କୁ ରାଜ୍ୟପାଳ ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ ଜଣାଇଥିଲେ । ପରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେଇ ମୋଦି ବାତ୍ୟା ଅଂଚଳର କ୍ଷୟକ୍ଷତୀ ସଂମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଶାର ୪ଟି ଜିଲ୍ଲାରେ ଘଟିଥିବା ଭୟାବହ କ୍ଷତିକୁ ହୃଦୟଙ୍ଗମ କରି ପ୍ରଧାନମନ୍ତ୍ରୀ ମୋଦି ୫ ଶହ କୋଟି ଟଙ୍କାର ସହାୟତା ଦେବାକୁ ଘୋଷଣା କରିଛନ୍ତି ।






