ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବଙ୍ଗୋପସାଗରରେ ସୃଷ୍ଟି ହୋଇଯାଇଥିବା ବାତ୍ୟା ‘ୟଶ’ର ପ୍ରଭାବରେ ଓଡ଼ିଶାର କେତେକାଂଶ ଜିଲ୍ଲାରେ କ୍ଷୟକ୍ଷତି ହୋଇଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତ କରି ପ୍ରଥମେ ସମୀକ୍ଷା ବୈଠକ ଯୋଗ ଦେଇ ବାତ୍ୟା ‘ୟଶ’ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରି ପରେ ବାତ୍ୟା ଅଞ୍ଚଳ ଗୁଡିକ ଆକାଶ ମାର୍ଗରୁ ବୁଲି ଦେଖଥିଲେ । ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କୁ ଆର୍ଥିକ ସହାୟତା ବିଷୟରେ ଆଲୋଚନା କରିନଥିବା ବେଳେ କ୍ଷୟଶତି ଆକଳନ ପୂର୍ବରୁ କେନ୍ଦ୍ର ସରକାର ୫୦୦ କୋଟିର ଆର୍ଥିକ ସହୟତା ଦେବାକୁ ଘୋଷଣା କରିଛନ୍ତି । କେବଳ ଓଡ଼ିଶାକୁ କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ତାହା ନୁହେଁ ପଶ୍ଚିମବଙ୍ଗ ସରକାର ଓ ଝାଡ଼ଖଣ୍ଡ ସରକାରଙ୍କୁ ମଧ୍ୟ ୫୦୦ କୋଟି ଲେଖାଏଁ ବାତ୍ୟା ‘ୟଶ’ କ୍ଷୟକ୍ଷତି ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ବାତ୍ୟା ‘ୟଶ’ରେ କ୍ଷୟକ୍ଷତି ଆକଳନ କରାଯିବା ନେଇ ଏକ କେନ୍ଦ୍ରୀୟ ଟିମ୍ ଖୁବଶୀଘ୍ର ଓଡ଼ିଶା ଗସ୍ତ କରିବେ ବୋଲି ସୂଚନା ମିଳିଛି ।






