Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଯୁକ୍ତ ଦୁଇ ପିଲାଙ୍କ କଲେଜ ବଦଳି ଆବେଦନ ଆରମ୍ଭ

by ସଞ୍ଜୟ ସ୍ୱାଇଁ
December 20, 2024
in Education, State
ଯୁକ୍ତ ଦୁଇ ପିଲାଙ୍କ କଲେଜ ବଦଳି ଆବେଦନ ଆରମ୍ଭ
103
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଏକାଦଶ ଶ୍ରେଣୀ (ଯୁକ୍ତ ୨ ପ୍ରଥମ ବର୍ଷ) ଶିକ୍ଷାର୍ଥୀଙ୍କ କଲେଜ ବଦଳି ଆବେଦନ ପ୍ରକ୍ରିୟା ଆରମ୍ଭ । ୨୮ ଯାଏ ସାମ୍‌ସ ପୋର୍ଟାଲ୍‌ରେ ଆବେଦନ ପ୍ରକ୍ରିୟା ଚାଲିବ । ୩୦ ଯାଏ କଲେଜ ସ୍ତରରେ ଆବେଦନର ଯାଞ୍ଚ ହେବ । ଉଚ୍ଚ ମାଧ୍ୟମିକ ସ୍କୁଲର ସାମ୍‌ସ ଜିଲ୍ଲା ନୋଡାଲ ଅଧିକାରୀ ୨୦୨୫ ଜାନୁଆରୀ ୨ ମଧ୍ୟରେ ଯାଞ୍ଚ କରିବେ । ଜାନୁଆରୀ ୩ରୁ ୧୦ ଯାଏ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟରେ ଆବେଦନପତ୍ରରେ ସମୀକ୍ଷା ହେବ । ଏହାପରେ ବଦଳି ପାଇଁ ଅନୁମତି ମିଳିବ । ୪ରୁ ୧୩ ତାରିଖ ମଧ୍ୟରେ ବଦଳି ହୋଇ ପିଲା ଚାହୁଁଥିବା କଲେଜରେ ନାମଲେଖାଇବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି । କଲେଜ ବଦଳି ପାଇଁ ସ୍ୱତନ୍ତ୍ର ଗାଇଡ୍‌ଲାଇନ ପ୍ରକାଶ ପାଇଛି । ଯେଉଁଥିରେ ପିଲାଟି ଯିବାକୁ ଚାହୁଁଥିବା କଲେଜରେ ସେ ପଢ଼ୁଥିବା ଷ୍ଟ୍ରିମ୍‌ରେ ସିଟ୍‌ ଥିବା ଆବଶ୍ୟକ । ୫ଟି କାରଣରେ ପିଲା ନିଜର କଲେଜ ବଦଳି କରିପାରିବ । ପିଲାର ବାପା କିମ୍ବା ମାଙ୍କ ଚାକିରିରେ ବଦଳି ବା ବାପା କିମ୍ବା ମା’ ଅବସର ଗ୍ରହଣ କରିଥାନ୍ତି ତେବେ ତାର ଦସ୍ତାବିଜ ଆଧାରରେ କଲେଜ ବଦଳି କରାଯାଇପାରିବ । ବାପା, କିମ୍ବା ମାଙ୍କର ଯଦି ମୃତ୍ୟୁ ହୋଇଥାଏ ସେ ଆଧାରରେ ମଧ୍ୟ କଲେଜ ବଦଳି କରିପାରିବେ । ଝିଅ ଶିକ୍ଷାର୍ଥୀ ଯଦି ବିବାହ କରିଥାନ୍ତି ତେବେ ସେ ଆଧାରରେ ମଧ୍ୟ ବଦଳି ପାଇଁ ଆବେଦନ କରିପାରିବେ । ଏହା ଛଡ଼ା ଶାରୀରିକ ଅସୁସ୍ଥତା ଦର୍ଶାଇ ମଧ୍ୟ ବଦଳି ପାଇଁ ଆବେଦନ କରିପାରିବେ । ତେବେ ଏଥିପାଇଁ ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ(ସିଡିଏମ୍‌ଓ) କିମ୍ବା ତାଙ୍କ ର୍ୟାଙଙ୍କ୍‌ର ଡାକ୍ତରଙ୍କ ଠାରୁ ମିଳିଥିବା ପ୍ରମାଣପତ୍ର ଆଧାରରେ ମଧ୍ୟ କଲେଜ ବଦଳି ପାଇଁ ଆବେଦନ କରିପାରିବେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!