ଭୁବନେଶ୍ବର, (ବାଘୁଆବାର୍ତ୍ତା): ଫେବୃଆରୀ ୧୮ରୁ ମାର୍ଚ୍ଚ ୨୭ ଯାଏଁ ଅନୁଷ୍ଠିତ ହେବ ଯୁକ୍ତ ୨ ପରୀକ୍ଷା । ଯୁକ୍ତ ଦୁଇ ପରୀକ୍ଷା ପ୍ରସ୍ତୁତି ନେଇ CHSE ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି । ଫେବୃଆରୀ ୧୮ରୁ ମାର୍ଚ୍ଚ ୨୭ ତାରିଖ ଯାଏଁ ଯୁକ୍ତ ୨ ପରୀକ୍ଷା ଅନୁଷ୍ଠିତ ହେବ । ୧୨୭୬ ସେଣ୍ଟରରେ ପରୀକ୍ଷା ଦେବେ ୩,୯୩,୬୧୮ ପରୀକ୍ଷାର୍ଥୀ । ସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା ହୋଇଛି । ଯୁକ୍ତ ୨ ପରୀକ୍ଷା ସରିବାର ୪୫ ଦିନ ପରେ ରେଜଲ୍ଟ ପ୍ରକାଶ ପାଇବ । ଯେଉଁ ନିୟମ ରହିଛି ସେହି ଅନୁସାରେ ରେଜଲ୍ଟ ବାହାରିବ ବୋଲି କୁହାଯାଇଛି ।