Thursday, March 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ଲାଷ୍ଟିକ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ପ୍ରକୃତି ମିତ୍ରଙ୍କ ଦାବୀ ପତ୍ର

by ସଞ୍ଜୟ ସ୍ୱାଇଁ
June 5, 2025
in State
ପ୍ଲାଷ୍ଟିକ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ପ୍ରକୃତି ମିତ୍ରଙ୍କ ଦାବୀ ପତ୍ର
38
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ସାରା ବିଶ୍ଵ ରେ ଜାତିସଂଘର ନିଷ୍ପତ୍ତି କ୍ରମେ ପରିବେଶ ଦିବସ ପାଳନ କରାଯାଉ ଅଛି।ଚଳିତ ବର୍ଷ ପାଇଁ ବାର୍ତ୍ତା ରହିଛି ଆସନ୍ତୁ ପ୍ଲାଷ୍ଟିକ ପ୍ରଦୂଷଣ ସମାପ୍ତ କରିବା। ପରିବେଶ ର ପ୍ରଦୂଷଣ ଯୋଗୁଁ ବିଶ୍ଵ ତାପନ ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ ଘଟି ମାନବ ସମେତ ଜୀବ ଜନ୍ତୁ ଏବଂ ବୃକ୍ଷ ଲତା ବହୁଳ ଭାବରେ ପ୍ରଭାବିତ ହେଉଛନ୍ତି। ଏ ସୁନ୍ଦର ସୃଷ୍ଟି ତିଷ୍ଠି ରହିବ ନାହିଁ,ଅନେକ ବୈଜ୍ଞାନିକ,ପରିବେଶ ବିତ ଚିନ୍ତା ପ୍ରକଟ କଲେଣି।ପରିବେଶ ର ଅନେକ ପ୍ରଦୂ ଷକ ମଧ୍ୟରୁ ଆମର ଦୈନଦିନ ଜୀବନକୁ ଜାବୁଡ଼ି ଧରିଥିବା ଏକକ ବ୍ୟବହୃତ ପ୍ଲାଷ୍ଟିକ ଯଥା ପଲିଥିନ ଜରି,ପ୍ଲାଷ୍ଟିକ ଏବଂ ସୋଲ ନିର୍ମିତ ଥାଳି, ପ୍ଲେଟ,କପ୍,ବୋତଲ,ଚାମଚ ଇତ୍ୟାଦି ର ଭୂମିକା କିଛି କମ୍ ନୁହେଁ।ଏହାର ବହୁଳ ବ୍ୟବହାର ଫଳରେ ବାୟୁ,ଜଳ,ମୃତ୍ତିକା ପ୍ରଦୂଷିତ ହେବା ସହିତ ନାନାବିଧ ସମସ୍ୟା ସାରା ବିଶ୍ୱରେ ମୁଣ୍ଡ ଟେକି ବିଶ୍ଵ ବାସୀଙ୍କୁ ଚିନ୍ତିତ କଲାଣି।ଏହାକୁ କଳିଯୁଗର ରାକ୍ଷସ କହିଲେ ଅତ୍ୟୁକ୍ତି ହେବ ନାହିଁ।ଏହାର ଅପବ୍ୟବହାର ଯୋଗୁଁ ମୃତ୍ତିକା ପ୍ରଦୂଷିତ ହେବା ସହିତ ଏହାର ଜଳ ଧାରଣ ଶକ୍ତି କମିବାକୁ ବସିଲାଣି।ଜଳାଶୟ ରେ ଏହାର ଅବାଧ ପ୍ରବେଶ ଫଳ ରେ ଜଳ ଚର ଜୀବ ମାନେ ବହୁ ପରିମାଣରେ ଆକ୍ରାନ୍ତ ହେଲେଣି।ଖାଦ୍ୟ ଲୋଭରେ ଏହାକୁ ଖାଇ କେତେ ଯେ ସ୍ଥଳଚର ଜୀବ ହଜି ଗଲେଣି ,ତାର ହିସାବ ନାହିଁ। ଆଉ ଆମେ ମନୁଷ୍ୟ ମାନେ ବାୟୁ ରେ ଉଡ଼ି ବୁଲୁଥିବାଏବଂ ପ୍ଲାଷ୍ଟିକ ବୋତଲ ରେ ବହୁ ଦିନ ରଖାଯାଇଥିବା ଜଳ ଦେଇ ଦ୍ରଵୀ ଭୂତ ମାଇକ୍ରୋ ପ୍ଲାଷ୍ଟିକ (ପ୍ଲାଷ୍ଟିକ ର କ୍ଷୁଦ୍ର କ୍ଷୁଦ୍ର କଣିକା) ଗ୍ରହଣ କରି ନୂଆ ନୂଆ ଅଜଣା ରୋଗରେ ଆକ୍ରାନ୍ତ ହେଲେଣି। କି ଗାଁ କି ସହର ସବୁଠାରେ କୁଢ଼ କୁଢ଼ ପ୍ଲାଷ୍ଟିକ ଆବର୍ଜନା ଜମି ନାନା ସମସ୍ୟା ର କାରଣ ହେବାକୁ ବସିଲାଣି।ସମୟ ର ଆହ୍ବାନ ଆସିଛି।ଯାହାକୁ ଦିନେ ବନ୍ଧୁ ରୂପେ ପାଛୋଟି ଆଣିଥିଲେ ତାକୁ ବିଦାୟ ଦେବାକୁ ପଡ଼ିବ।ଆମ ପାଇଁ ଏକକ ବ୍ୟବହୃତ ପ୍ଲାଷ୍ଟିକ ର ଅନେକ ବିକଳ୍ପ ଉପଲବ୍ଧ ଅଛି।ପତ୍ର,କପଡା ,ବାଉଁଶ, ମାଟି,କାଚ,ଧାତବ ଏବଂ ମାଟିରେ ସହଜରେ ମିଶି ପାରୁଥିବା ଉପକରଣ ବ୍ୟବହାର କରି ପ୍ଲାଷ୍ଟିକ ର ଆବଶ୍ୟକ ତାକୁ କମାଇ ପାରିବା।ବଜାର ହାଟ କୁ ଗଲା ବେଳେ ହାତରେ କପଡା ମୁଣା ସହ ଆବଶ୍ୟକୀୟ ଅନ୍ୟାନ୍ୟ ଉପକରଣ ନେଇ କରି ଯିବା।ଭୋଜି ଭାତ ,ମେଳା ମହୋତ୍ସବ ରେ ପ୍ଲାଷ୍ଟିକ ଖଲି,କପ୍,ପ୍ଲେଟ ପରିବର୍ତ୍ତେ ଆମ ପାରମ୍ପରିକ ପତ୍ର ତିଆ ରି ଉପକରଣ ଏବଂ ପାନୀୟ ଜଳ ନିମନ୍ତେ ପାଉଚ୍ ଓ ପ୍ଲାଷ୍ଟିକ ବୋତଲ ପରିବର୍ତ୍ତେ ଧାତବ ପାତ୍ର ରେ ପାଣି ରଖି ବ୍ୟବହାର କରି ପାରିବା।ଏହି ପରି ଅନେକ ବିକଳ୍ପ ଆମ ପାଖରେ ଅଛି l ଆମ ନିଜ ପାଇଁ ଏବଂ ଭବିଷ୍ୟତ ବଂଶ ଧର ଙ୍କ ପାଇଁ କେବଳ ଜୀବନ ଶୈଳୀ ବଦଳାଇବା ପାଇଁ ଇଛାଟିଏ ଲୋଡା।ଏଥି ସକାଶେ ବ୍ୟାପକ ଜନ ସଚେତନତା ସହ ପ୍ରଶାସନ ପକ୍ଷରୁ ନିଷ୍ଠାପର କଟକଣା ଜରୁରୀ।ନିରନ୍ତର ତଦାରଖ ସହ ଅମାନିଆ ମାନଙ୍କୁ ସାବାଡ କରିବାକୁ ପଡ଼ିବ। ଜିଲ୍ଲା ମଧ୍ୟରେ ଏବଂ ବାହାରେ ପରିବେଶ ସୁରକ୍ଷା ଦିଗରେ ନିରନ୍ତର ଲାଗିରହିଥିବା ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀ , କୁରାଳ ପରିବେଶ ସୁରକ୍ଷା ର ଅନ୍ୟ ଦିଗରେ ସଚେତନତା ଆଣିବା ସହିତ ଏକକ ବ୍ୟବହୃତ ପ୍ଲାଷ୍ଟିକ ବର୍ଜନ କରି ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି।ତତ୍ ସହିତ ନୟାଗଡ଼ ଜିଲ୍ଲାକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ପ୍ରଦୂଷଣ ରୁ ମୁକ୍ତ କରିବା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ,ସ୍ବେଚ୍ଛାସେବୀ ଅନୁଷ୍ଠାନ,ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ,ମନ୍ଦିର,ପର୍ଯ୍ୟଟନ ସ୍ଥଳୀ,ମେଳା ମହୋତ୍ସବ ,ସର୍ବସାଧାରଣ ସ୍ଥାନ ମାନଙ୍କ ରେ ଆଲୋଚନା,ପ୍ରଦର୍ଶନୀ ,ପ୍ରୋତ୍ସାହନ ଇତ୍ୟାଦିକାର୍ଯ୍ୟ ମାଧ୍ୟମରେ ନିରନ୍ତର ଲାଗି ରହିଛନ୍ତି।ଆଜି ର ଦିବସ ର ଉଦ୍ଦେଶ୍ୟକୁ ଆଖି ଆଗରେ ରଖି ନୟାଗଡ଼ ଜିଲ୍ଲା କୁ ପ୍ଲାଷ୍ଟିକ ପ୍ରଦୂଷଣ ରୁ ମୁକ୍ତ ରଖିବା ପାଇଁ ବ୍ୟାପକ ସଚେତନତା ମୂଳକ କାର୍ଯ୍ୟକ୍ରମ ହାତକୁ ନେବା ସହିତଏକକ ବ୍ୟବହୃତ ପ୍ଲାଷ୍ଟିକ ଉତ୍ପାଦନ,ବିକ୍ରି ଏବଂ ବ୍ୟବହାର କୁ ନିଷିଧ କରିବା ଆଉ ଏହାର ବିକଳ୍ପ ର ସହଜ ଉପଲବ୍ଧ ହେବା ପାଇଁ ବ୍ୟବସ୍ଥା କରିବା ସକାଶେ ଜିଲ୍ଲା ପାଳ ନୟାଗଡ଼ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି।ଜିଲ୍ଲା ପାଳ ଙ୍କ ତରଫରୁ ସହକାରୀ ଜିଲ୍ଲା ପାଳ ସୁମିତ୍ରା ଭୂୟାଁ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେଦାବୀ ପତ୍ର ଗ୍ରହଣ କରି ଦେଇଥିବା ସକାରାତ୍ମକ ମନ୍ତବ୍ୟ ନୟାଗଡ଼ ଜିଲ୍ଲାର ପ୍ଲାଷ୍ଟିକ ପ୍ରଦୂଷଣ ରୁ ମୁକ୍ତି ହେବାର ଆଶା ସଞ୍ଚାର କରୁ ଅଛି। ଆମର ଦାବୀ- ପ୍ଲାଷ୍ଟିକ ପ୍ରଦୂଷଣ ମୁକ୍ତ ନୟାଗଡ଼

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!