Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ କୃଷି ମନ୍ତ୍ରୀ, ୨୦ ବର୍ଷରେ ୭ ଥର ବାତ୍ୟା, ଧାନର ଏମଏସପି ବଢ଼ାଇବା ପାଇଁ କଲେ ଦାବି

by ସଞ୍ଜୟ ସ୍ୱାଇଁ
June 11, 2021
in Planning and Development, State
କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ କୃଷି ମନ୍ତ୍ରୀ, ୨୦ ବର୍ଷରେ ୭ ଥର ବାତ୍ୟା, ଧାନର ଏମଏସପି ବଢ଼ାଇବା ପାଇଁ କଲେ ଦାବି
143
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ରାଜ୍ୟ ସରକାରଙ୍କ କୃଷି ଓ କୃଷକ ଶସକ୍ତି କରଣ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ, କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଙ୍କ ପାଖକୁ ଚିଠି ଲେଖିଛନ୍ତି । ଧାନର ଏମଏସପି ବଢ଼ାଇବା ପାଇଁ କହିଛନ୍ତି । ଚିଠିରେ ସେ ଉଲ୍ଲେଖ କରିଛନ୍ତି । ରାଜ୍ୟର କୃଷକ ମାନଙ୍କ ମଧ୍ୟରୁ ଏକ ବୃହତ ସଂଖ୍ୟା କ୍ଷୁଦ୍ର ଓ ନାମମାତ୍ର ଚାଷୀ । ପ୍ରାୟ ସମୟରେ ଚାଷୀମାନେ ବିଭିନ୍ନ ଦୈବୀ ଦୁର୍ବିପାକ ଏବଂ ରୋଗପୋକ ଦାଉରୁ କ୍ଷତିର ସମ୍ମୁଖୀନ ହୋଇଥାନ୍ତି । ଗତ କୋଡିଏ ବର୍ଷ ମଧ୍ୟରେ ସାତଥର ବାତ୍ୟା, ଅନେକଥର ବନ୍ୟା , ମରୁଡି ଓ ରୋଗପୋକ ଜନିତ କ୍ଷୟ କ୍ଷତିର ସମ୍ମୁଖୀନ ହୋଇଅଛି । ଏହାଦ୍ୱାରା ଉତ୍ପାଦିତ କୃଷିଜାତ ଦ୍ରବ୍ୟର ମୂଲ୍ୟବୃଦ୍ଧି ଘଟିଥାଏ । ଏହି ପରିପ୍ରେକ୍ଷୀରେ ରାଜ୍ୟର ଅର୍ଥନୀତି ଧାନ ଫସଲର ଉତ୍ପାଦନ ଏବଂ ଏହାର ବିକ୍ରିବଟା ଉପରେ ନିର୍ଭର କରିଥାଏ । ୨୦୧୯-୨୦ ବର୍ଷରେ ରାଜ୍ୟ ସରକାରଙ୍କ ଦ୍ୱାରା ୭୦ଲକ୍ଷ ୫୬ହଜାର ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଥିଲା । ଏହାର ପ୍ରାପ୍ୟ ବାବଦରେ କୃଷକ ମାନଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ୧୨୦୮୭ କୋଟି ଟଙ୍କା ସିଧାସଳଖ ପ୍ରଦାନ କରାଯାଇଛି । ସେହିପରି ୨୦୨୦-୨୧ ବର୍ଷରେ ବର୍ତ୍ତମାନସୁଦ୍ଧା ୭୨ଲକ୍ଷ ୩୫ହଜାର ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି ଯାହାର ମୂଲ୍ୟ ପ୍ରାୟ ୧୩ହଜାର ୫୧୪କୋଟି ଟଙ୍କା । ରବି ଧାନ ସଂଗ୍ରହ ପ୍ରକ୍ରିୟା ବର୍ତ୍ତମାନ ସୁଦ୍ଧା ଚାଲୁ ରହିଅଛି । ଚଳିତ ମାସ ୯ ତାରିଖରେ କେନ୍ଦ୍ର ସରକାର ୨୦୨୧-୨୨ ଖରିଫ ବିପଣନ ଋତୁ ପାଇଁ ଧାନ ସମେତ ଅଣଧାନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି । ସାଧାରଣ ମାନର ଧାନର ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୧୮୬୮ ଟଙ୍କାରୁ ୧୯୪୦ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଗ୍ରେଡ଼ ଏ ଧାନର ଏମଏସପି ୧୯୬୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଓଡିଶା ମୁଖ୍ୟତଃ ଏକ ଧାନ ଉତ୍ପାଦନକାରୀ ରାଜ୍ୟ ହୋଇଥିବାବେଳେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଗତବର୍ଷ ଠାରୁ ମାତ୍ର ୭୨ଟଙ୍କା ବୃଦ୍ଧି ରାଜ୍ୟର ଚାଷୀ ମାନଙ୍କ ହିତରେ ସାହାଯ୍ୟ କରିବ ନାହିଁ । ଧାନର ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଏବଂ ଅନ୍ୟ କ୍ଷେତ୍ରରେ ହେଉଥିବା ଆୟ ବୃଦ୍ଧିକୁ ସମତାଳ ଦେଇ କୃଷକ ମାନଙ୍କ ଆୟବୃଦ୍ଧି ହେବ ଆବଶ୍ୟକ । ବର୍ତ୍ତମାନର ସର୍ବନିମ୍ନ ସହାୟକ ମୂଲ୍ୟରେ ଓଡ଼ିଶାର ଚାଷୀ ଧାନ ବିକ୍ରି କରିଲେ ସେମାନେ ଗରିବ ହୋଇଯିବାର ଆଶଙ୍କା ରହିଛି । କେନ୍ଦ୍ର ସରକାର କ୍ୱିଣ୍ଟାଲ ପିଛା ଧାନ ଉତ୍ପାଦନର ଖର୍ଚ୍ଚ ୧୨୯୩ ଟଙ୍କା ହିସାବକୁ ନେଇ ସର୍ବନିମ୍ନ ସହାୟକ ମୂଲ୍ୟ ୧୯୪୦ ଟଙ୍କା ସ୍ଥିର କରିଛନ୍ତି । ଏମଏସ ସ୍ଵାମୀନାଥନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି କୃଷିଜାତ ଦ୍ରବ୍ୟର ମୂଲ୍ୟ ଏହାର ଉତ୍ପାଦନ ନିମନ୍ତେ ବ୍ୟୟ ହୋଇଥିବା ଅର୍ଥର ଅନୁନ୍ୟ ଦେଢଗୁଣ କରିବାକୁ ସୁପାରିଶ କରିଛନ୍ତି । ଏହିସବୁ କଥାକୁ ବିଚାରକୁ ନେଇ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଓଡିଶା ବିଧାନସଭାରେ ୨୦୧୭ ମସିହା ଏବଂ ପୁନର୍ବାର ୨୦୧୮ ମସିହାରେ ସର୍ବ ସମ୍ମତି କ୍ରମେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା ଯାହାଦ୍ୱାରା ଚାଷୀମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ନିମନ୍ତେ ନ୍ୟାୟ ସଙ୍ଗତ ଓ ଯୁକ୍ତି ଯୁକ୍ତ ମୂଲ୍ୟ ପାଇପାରିବେ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୯୩୦ଟଙ୍କା କରାଗଲେ ଚାଷୀମାନେ ୨୫ ପ୍ରତିଶତ ଲାଭ ପାଇପାରିବେ । ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀମାନଙ୍କ କଲ୍ୟାଣ ସହିତ ସିଧାସଳଖ ଜଡିତ ଥିଲାବେଳେ ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଓଡିଶା ବିଧାନସଭାରେ ଏହାକୁ ଉତଥାପନ କରାଯାଉଅଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ , ଓଡିଶା ପକ୍ଷରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ସ୍ଥିର କରିବା ନିମନ୍ତେ ଭାରତ ସରକାରଙ୍କୁ ଅନୁରୋଧ କରାଯାଇ ଆସୁଅଛି । ଏଥିସହିତ ମନ୍ତ୍ରୀ ନିଜେ କେନ୍ଦ୍ରସରକାରଙ୍କର ମନ୍ତ୍ରୀ, କୃଷି ଓ କୃଷକ କଲ୍ୟାଣଙ୍କୁ ନିଜେ ଏଥିରେ ହସ୍ତକ୍ଷେପ କରିବାନିମନ୍ତେ ନିମ୍ନ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି : ଏହି ପୃଷ୍ଠଭୂମିରେ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବା ୨୦୨୨ ମସିହା ସୁଦ୍ଧା ଚାଷୀର ଆୟ ଦ୍ଵିଗୁଣିତ ହୋଇଯିବବୋଲି କିପରି ଦାବୀ ରଖୁଛନ୍ତି । ଏହି ପରିପ୍ରେକ୍ଷୀରେ ଚାଷୀମାନଙ୍କ ସୁରକ୍ଷା ନିମନ୍ତେ ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର ଦିଗରେ ସ୍ଵାମୀନାଥନ କମିଟିର ପ୍ରସ୍ତାବକୁ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି । ରାଜ୍ୟ ସରକାର କୃଷି ଓ କୃଷକ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ନିଷ୍ଠାପର ଉଦ୍ୟମ ଜାରି ରଖିଛନ୍ତି ଏବଂ କୃଷକ ମାନଙ୍କ ଆୟ ଦ୍ଵିଗୁଣିତ କରିବାପାଇଁ ସଂକଳ୍ପବଦ୍ଧ ହୋଇଥିବା ବେଳେ ଧାନର ସହାୟକ ମୂଲ୍ୟରେ ଏହି ମାମୁଲି ବୃଦ୍ଧି ଚାଷୀମାନଙ୍କ ଆୟ ବୃଦ୍ଧିରେ ସହାୟକ ହେବନାହିଁ । ତେଣୁ ଏ ଦିଗରେ ତୁରନ୍ତ ହସ୍ତକ୍ଷେପ କରି ସମସ୍ୟାର ଆସୁ ସମାଧାନ କରିବାପାଇଁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀଙ୍କ ସହଯୋଗ ଲୋଡ଼ା ଯାଉଛି ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!