Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ନୋଡାଲ ବୈଠକ ଭର୍ଚୁଅ।ଲ ମାଧ୍ୟମରେ ଅନୁଷ୍ଠିତ

by ସଞ୍ଜୟ ସ୍ୱାଇଁ
July 19, 2021
in Health, Planning and Development, State
ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ନୋଡାଲ  ବୈଠକ ଭର୍ଚୁଅ।ଲ ମାଧ୍ୟମରେ ଅନୁଷ୍ଠିତ
88
VIEWS
Share on FacebookShare on Twitter

ନବରଙ୍ଗପୁର, (ବାଘୁଆବାର୍ତ୍ତା): ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ନୋଡାଲ ବୈଠକ ଭର୍ଚୁଅ।ଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ନବରଙ୍ଗପୁର ଜିଲ୍ଲାରେ କୋଭିଡ ର ପୂର୍ବ, ପର ଏବଂ ଆଶଙ୍କା ରେ ଥିବା ତୃତୀୟ ଲହରୀ ର ସଫଳ ମୁକାବିଲା ସମ୍ପର୍କରେ ଆଲୋଚନା ହୋଇଥିଲା । ବିଶେଷ କରି ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଅନୁସନ୍ଧାନ, ପରୀକ୍ଷଣ, ଚିକିତ୍ସା ଏବଂ କରୋନାର ଉପଯୁକ୍ତ ମାର୍ଗଦର୍ଶିକା ବ୍ୟବହାର ଏବଂ ଟୀକାକରଣ ଏବଂ ପରିଚାଳନା ବ୍ୟବସ୍ଥା କୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ସମ୍ପୃକ୍ତ ଅଧିକାରୀ ଙ୍କୁ ଜିଲ୍ଲାପାଳ ଡଃ ମିଶ୍ର ପରାମର୍ଶ ଦେଇଥିଲେ। ମୌସୁମୀ ବର୍ଷା ଆଗମନ ପରିପ୍ରେକ୍ଷୀରେ ଚାଷୀଙ୍କୁ ଚାଷ କାର୍ୟ୍ୟ ପାଇଁ ସାର ଏବଂ ବିହନ ଯୋଗାଇ ଦେବା ସହିତ ସାରର ଅଭାବ ବିକ୍ରି ଯେମିତି ନ ହୁଏ, ତାହା ଉପରେ ଗୁରୁତ୍ୱ ଦେବାପାଇଁ ସମ୍ପୃକ୍ତ ଅଧିକାରୀଙ୍କ ବ୍ୟତୀତ ସମସ୍ତ ତହସିଲଦାର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଜିଲ୍ଲାପାଳ ଡ଼ଃ ମିଶ୍ର ନିର୍ଦେଶ ଦେଇଥିଲେ। ଖରିଫ ଚାଷ ୨୦୨୧ ନିମନ୍ତେ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ରେ ସ୍ୱଚ୍ଛତା ବଜାଇ ରଖିବା ସହିତ ଆବଶ୍ୟକତା ପଡିଲେ କୃଷି ବିଭାଗ, ସମବାୟ ବିଭାଗ ଏବଂ ରାଜସ୍ୱ ବିଭାଗ ମିଶି ଯୁଗ୍ମ ତଦନ୍ତ କରି ୧୬ ଅଗଷ୍ଟ ୨୦୨୧ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ସମ୍ପୃକ୍ତ ପଦାଧିକାରୀ ଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଜିଲ୍ଲାର ଉମରକୋଟ ଠାରୁ କୁନ୍ଦେଇ ଦେଇ ଯାଉଥିବା ରାସ୍ତାର ଉପଯୁକ୍ତ ମରାମତି କରିବା ପାଇଁ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ ର ନିର୍ବାହୀ ଯନ୍ତ୍ରୀ ଙ୍କୁ ଡ଼ଃ ମିଶ୍ର ନିର୍ଦେଶ ଦେଇଥିଲେ । ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀ ଙ୍କ ସେବା ପୁସ୍ତକ କୁ ଆସନ୍ତା ୩୧ ଜୁଲାଇ ୨୦୨୧ ସୁଦ୍ଧା ଇ-ପୁସ୍ତକ ରେ ପରିଣତ କରିବା ପାଇଁ ଡ଼ଃ ମିଶ୍ର ଲକ୍ଷ ଧାର୍ୟ୍ୟ କରିଛନ୍ତି। ଜିଲ୍ଲାର ପ୍ରତି ବ୍ଲକ ର ବର୍ଷାର ପରିମାଣ ପ୍ରତିଦିନ ସକାଳ ୭.୩୦ ସୁଦ୍ଧା ଜିଲ୍ଲା ଜରୁରୀକାଳୀନ ବିଭାଗ କୁ ପ୍ରେରଣ କରିବା ପାଇଁ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଏହି ବୈଠକରେ ନୋଡାଲ ଅଧିକାରୀ, ପିଡି ଡିଆରଡିଏ , ରତ୍ନାକର ସାହୁ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରୋଇତ, ଉପ ଜିଲ୍ଲାପାଳ, ଅଗ୍ରୱାଲ ଅକ୍ଷୟ ସୁନିଲ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ, ମୌସୁମୀ ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟନାୟକ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଶିଶିର କୁମାର ପାଣି, ଜିଲ୍ଲା ଶ୍ରମ ଅଧିକାରୀ, ନରେନ୍ଦ୍ର କୁମାର ଗାଇପାଇ, ଉପ ମୁଖ୍ୟ କାର୍ୟ୍ୟ ନିର୍ବାହି ଅଧିକାରୀ, ଓଡ଼ିଆ ଗ୍ରାମୀଣ ଉନ୍ନତି ଓ ବିପଅଣ ସଂସ୍ଥା, ଉମା ମହେଶ, ଜିଲ୍ଲା ନିୟୋଜନ ଅଧିକାରୀ, ତତ୍ତ୍ୱମସି ମହାପାତ୍ରଙ୍କ ବ୍ୟତୀତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଚୌଧୁରୀ ଶୋଭାରାଣୀ ମିଶ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ସ୍ବର୍ଣ୍ଣଲତା ବିଶ୍ୱାସ, ଜିଲ୍ଲା ଶିକ୍ଷା ଅଧିକାରୀ, ଚନ୍ଦ୍ରଶେଖର ପାଣିଗ୍ରାହୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ନାରାୟଣ ବେହେରା, ଜିଲ୍ଲା ଯୋଗାଣ ଅଧିକାରୀ, ସଂଜୀବ କୁମାର ସାହୁ, ନିର୍ବାହୀ ଯନ୍ତ୍ରୀ, ରାସ୍ତା ଓ ଗୃହ ନିର୍ମାଣ, ପ୍ରଫୁଲ୍ଲ କୁମାର ମିଶ୍ର, ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ନିର୍ମାଣ ବିଭାଗ,ସୁଦାମ ଚରଣ ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ହଳଧର ନିହାଲ, ଜେନେରାଲ ମ୍ୟାନଜେର, ଜିଲ୍ଲା ଶିଳ୍ପ କେନ୍ଦ୍ର, ଏ ବାଣେଶ୍ୱର ରାଓ ସୁବୁଦ୍ଧି, ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ, ସନ୍ତୋଷ କୁମାର ଦାସଙ୍କ ବ୍ୟତୀତ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ସହିତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ସମସ୍ତ ସମନ୍ୱିତ ଶିଶୁ ବିକାଶ ଅଧିକାରୀ ଯୋଗ ଦେଇଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!