ଓଡ଼ଗାଁ, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ କାୟା ମେଲାଇ ଚାଲିଥିବା ବେଳେ ଏହାର ମୁକାବିଲା ପାଇଁ ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କୁ ପ୍ଲାଜମା ଦାନ ପାଇଁ ଆହ୍ୱାନ ଦେଉଛନ୍ତି । ଏହାନୁ ନେଇ ଆଜି ଓଡ଼ଗାଁ ବ୍ଲକ କୁରାଳ ପଂଚାୟତର ୪ ଜଣ ଉତ୍ସାହୀ ଯୁବକ ପ୍ଲାଜମା ଦାନ କରିବାକୁ ରାଜଧାନୀ ଯାଉଥିବା ଜଣାଯାଇଛି । ଏହି ଯୁବକମାନେ ହେଲେ କୁରାଳ ଗ୍ରାମର ସିଲୁରାମ ବରାଡ଼, ବରୁଣ ବିଶ୍ୱାଳ, ରବିନ୍ଦ୍ର ଡାକୁଆ ଏବଂ ଗିରିଡ଼ିପଲ୍ଲୀ ଗ୍ରାମର ରଞ୍ଜନ କୁମାର ବେହେରା । ତାଙ୍କର ଏଭଳି କାର୍ଯ୍ୟପାଇଁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଥିବା ବେଳେ ଏହି ୪ ଜଣ ଯୁବକଙ୍କ ଦ୍ୱାରା ୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ପାରିବେ ବୋଲି ଜଣାଯାଇଛି ।
ଋିର୍ପୋଟ- ଅର୍ଜ୍ଜୁନ ସାହୁ






