Wednesday, April 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପିପିଲିରେ ପାନୀୟ ଜଳ ସଙ୍କଟ

by ସଞ୍ଜୟ ସ୍ୱାଇଁ
May 22, 2025
in State
ପିପିଲିରେ ପାନୀୟ ଜଳ ସଙ୍କଟ
17
VIEWS
Share on FacebookShare on Twitter

ପିପିଲି, (ବାଘୁଆବାର୍ତ୍ତା): ପୁରୀ ଜିଲ୍ଲା ପିପିଲିରେ ପାଣି ମିଳୁନି । ପିଇବାକୁ ମିଳୁନି ସ୍ବଚ୍ଛ ପାଣି । ପ୍ରଭାବିତେ ହେଲେଣି ୫ ପଞ୍ଚାୟତର ଲୋକେ । ନା ଜିଲ୍ଲା ପ୍ରଶାସନ ନା ସ୍ଥାନୀୟ ପ୍ରଶାସନ କେହି ବି ଦୃଷ୍ଟି ଦେଉନାହାନ୍ତି । ବ୍ଲକ୍ ବିଡିଓ ବି ଦେଉନାହାନ୍ତି ଧରାଛୁଆଁ । ଦେଖନ୍ତୁ ଏହି ଦୃଶ୍ୟ । କେଉଁଠି ଷ୍ଟାଣ୍ଡପୋଷ୍ଟ ଭାଙ୍ଗିକି ପଡିଛି ତ ଆଉ କେଉଁଠି ଅଧପନ୍ତରିଆ ଅବସ୍ଥାରେ ପଡିରହିଛି ପାଣି ଟାଙ୍କି । ଆଉ କେଉଁଠି ପାଣି ଟାଙ୍କି ଘରେ ତାଲା ପଡିଛି । ପିପିଲି ବ୍ଳକର ଦାଣ୍ଡମୁକୁନ୍ଦପୁର , ରୂପଦେଇପୁର, ।ଯଶୁଆପୁର, ବୀର ପୁରୁଷୋତ୍ତମପୁର ପଞ୍ଚାୟତର ଅନେକ ଗାଁରେ ଏଭଳି ସମସ୍ୟା । ପାଣି ପାଇଁ ପ୍ରଚଣ୍ଡ ଖରାରେ କଲବଲ ହେଉଛନ୍ତି ଲୋକେ । ବାଧ୍ୟ ହୋଇ ନଦୀ ନାଳ ଗୋଳିଆ ପାଣି ବ୍ୟବହାର କରି ବିଭିନ୍ନ ରୋଗର ଶିକାର ହେଉଛନ୍ତି ଲୋକେ ।ପାନୀୟ ଜଳ ସମସ୍ୟା ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ ଜିଲ୍ଲା ପରିଷଦ ସଭାରେ ଆପତ୍ତି ଉଠାଇଥିଲେ । କୁହାଗଲା ୧୯୧୬ ଟୋଲ ଫ୍ରି ନମ୍ବରରେ କଲ କରି କହିଲେ ସମସ୍ୟାର ସମାଧାନ ହେବ । ଲୋକେ ଏହି ନମ୍ବରରେ କଲ୍ କରିବା ପରେ ଉତ୍ତର ଆସିଲା କେବଳ ମରାପତି ହୋଇପାରିବ । କିନ୍ତୁ ଜଳ ଅଭାବ ସମସ୍ୟା ପାଇଁ ଏ ନମ୍ବରଟି ଉଦ୍ଦିଷ୍ଟ ନୁହେଁ । ଲୋକେ ବ୍ଲକ୍ ବିଡିଓଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । ନନ୍ଦିଘୋଷ ଟିଭି ପ୍ରତିନିଧି ବିଡିଓଙ୍କୁ ବାରମ୍ବାର ଯୋଗାଯୋଗ କଲେ ବି ବିଡିଓ ବାବୁଙ୍କର ଉତ୍ତର ଆସୁନି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଖୋଦ ବ୍ଲକ୍ ଅଧ୍ୟକ୍ଷାଙ୍କ କଥାକୁ ବିଡିଓ ଖାତିର କରୁନାହାନ୍ତି । ପ୍ରଶାସନିକ ଅବହେଳାରୁ ପିପିଲିରେ ଦେଖା ଦେଇଥିବା ପାନୀୟ ଜଳ ସଙ୍କଟର କେବେ ସମାଧାନ ହେଉଛି ତା ଉପରେ ସମସ୍ତଙ୍କର ନଜର ରହିଛି ।

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

April 28, 2026
ନୟାଗଡ଼ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସଂକ୍ରାନ୍ତ ବୈଠକ

ନୟାଗଡ଼ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସଂକ୍ରାନ୍ତ ବୈଠକ

April 28, 2026
ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା:ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା:ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

April 28, 2026
ରାଜ୍ୟସ୍ତରୀୟ ଟାଇକୋଣ୍ଡରେ ପ୍ରତିଯୋଗିତା:ନୟାଗଡ ଜିଲ୍ଲାକୁ ମିଳିଲା ୨ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୨ କାଂସ୍ୟ ପଦକ

ରାଜ୍ୟସ୍ତରୀୟ ଟାଇକୋଣ୍ଡରେ ପ୍ରତିଯୋଗିତା:ନୟାଗଡ ଜିଲ୍ଲାକୁ ମିଳିଲା ୨ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୨ କାଂସ୍ୟ ପଦକ

April 28, 2026
ବସ୍ ଦୁର୍ଘଟଣା:୨୦ ଯାତ୍ରୀ ଆହତ, ୫ ଗୁରୁତର

ବସ୍ ଦୁର୍ଘଟଣା:୨୦ ଯାତ୍ରୀ ଆହତ, ୫ ଗୁରୁତର

April 28, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!