Tuesday, June 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପିପିଲି ଉପନିର୍ବାଚନରେ ଘୋରଡିଆ ମତଦାନ କେନ୍ଦ୍ରରେ ପୋଲିଂ ଅଫିସର୍ ଅସୁସ୍ଥ

by ସଞ୍ଜୟ ସ୍ୱାଇଁ
September 30, 2021
in State
ପିପିଲି ଉପନିର୍ବାଚନରେ ଘୋରଡିଆ ମତଦାନ କେନ୍ଦ୍ରରେ ପୋଲିଂ ଅଫିସର୍ ଅସୁସ୍ଥ
98
VIEWS
Share on FacebookShare on Twitter

ମାପଡା, (ବାଘୁଆବାର୍ତ୍ତା): ଚାଲିଛି ପିପିଲି ଉପନିର୍ବାଚନ ଭୋଟିଂ । ଏହି ଭୋଟିଂ ଚାଲିଥିବା ସମୟରେ ଘୋରଡିଆ ମତଦାନ କେନ୍ଦ୍ରରେ ଜଣେ ପୋଲିଂ ଅଫିସର ଅସୁସ୍ଥ ହୋଇପଡିଥିବା ସୂଚନା ମିଳିଛି । ମତଦାନ କେନ୍ଦ୍ରରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଉକ୍ତ ସ୍ଥାନକୁ ଆସି ତାଙ୍କର ଚିକିତ୍ସା କରୁଛନ୍ତି । ତାଙ୍କୁ ଅଧିକ ଚିକିତ୍ସା ପାଇଁ ଡେଲାଙ୍ଗ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ରକ୍ତଚାପ କମିଯିବାରୁ ସେ ଅସୁସ୍ଥ ହୋଇଥିବା ଜଣାପଡିଛି । ଭୋଟ୍ ଗ୍ରହଣ ସମୟରେ ପୋଲିଂ ଅଫିସର ଜଣଙ୍କ ବସିଥିବା ଅବସ୍ଥାରେ ଖିସିପଡିଲେ । ତାଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଥିବା ଜଣାପଡିଛି । ବାନ୍ତି ମଧ୍ୟ ହୋଇଥିବା ଜଣାପଡିଛି । ପୋଲିଂ ଅଫିସରଙ୍କ ଅସୁସ୍ଥତା ଯୋଗୁଁ ଭୋଟିଂ ବାଧାପ୍ରାପ୍ତ ହୋଇନାହିଁ । ମତଦାନ କେନ୍ଦ୍ରରେ ନିୟୋଜିତ ଥିବା ଅନ୍ୟ ପୋଲିଂ ଅଫିସରମାନେ ଭୋଟ୍ ଗ୍ରହଣ ଜାରି ରଖିଛନ୍ତି । ପିପିଲି ଉପନିର୍ବାଚନ ପାଇଁ ଭୋଟିଂ ଜାରି ରହିଛି । ସକାଳ ୭ଟାରୁ ବିଭିନ୍ନ ବୁଥ୍ ରେ ଭୋଟର ମତଦାନ କରୁଛନ୍ତି । ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମୋଟ୍ ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର । ୩୪୮ଟି ମତଦାନ କେନ୍ଦ୍ରରେ ଭୋଟ୍ ଗ୍ରହଣ ଚାଲିଛି । ମତଦାନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ସକାଳ ୯ଟା ସୁଦ୍ଧା ୭.୮୦ ପ୍ରତିଶତ ମତଦାନ ହୋଇଛି । ପିପିଲିରେ ଦିନ ୧୧ଟା ସୁଦ୍ଧା ୨୪.୭୬ ପ୍ରତିଶତ ମତଦାନ ହୋଇଛି। ଅନ୍ୟ ସମସ୍ତ କେନ୍ଦ୍ରରେ ମତଦାନ ଜାରି ରହିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!