Tuesday, June 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପିପିଲି ଉପନିର୍ବାଚନରେ ୬ଟି ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ଦେଖା ଦେଇଥିବା ଖବର ମିଳିଛି

by ସଞ୍ଜୟ ସ୍ୱାଇଁ
September 30, 2021
in State
ପିପିଲି ଉପନିର୍ବାଚନରେ ୬ଟି ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ଦେଖା ଦେଇଥିବା ଖବର ମିଳିଛି
47
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପିପିଲି ଉପନିର୍ବାଚନ ପାଇଁ ଆଜି ସକାଳୁ ଭୋଟ୍‌ ଗ୍ରହଣ ଚାଲିଥିବା ବେଳେ ବିଭିନ୍ନ ବୁଥ୍‌ରୁ ଇଭିଏମ୍‌ ଅଚଳ ବା ତ୍ରୁଟି ଖବର ଆସୁଛି। ସକାଳେ ପ୍ରଥମେ ୪ଟି ବୁଥ୍‌ରେ ଇଭିଏମ୍‌ ଅଚଳ ହୋଇଯାଇଥିବା ଖବର ଆସିଥିବା ବେଳେ ଏବେ ଆଉ ୬ଟି ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ଦେଖିବାକୁ ମିଳିଥିବା ସୂଚନା ଆସିଛି। କୌଶଲ୍ୟାପୁରର ୧୫୪ ନମ୍ବର ବୁଥ୍‌ ସହିତ ପୁବାର ୧୫୮, ଲକ୍ଷ୍ମୀନାରାୟଣପୁରର ୧୬୧, କୁଞ୍ଜରର ୧୬୭, ସିଉଳାର ୧୬୯ ଓ ବିନାୟକପୁରର ୧୭୩ ନମ୍ବର ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ଦେଖିବାକୁ ମିଳିଛି। ଫଳରେ ଭୋଟ୍‌ ଗ୍ରହଣ ବାଧାପ୍ରାପ୍ତ ହୋଇଛି। ଏହା ପୂର୍ବରୁ ୧୩୯-ଇ, ୧୭୭, ୧୮୮ ଓ ନୂଆଶାସନ ଦକ୍ଷିଣ ସାହିର ୨୦୩ ନମ୍ବର ବୁଥ୍‌ରେ ଇଭିଏମ୍ ଅଚଳ ହୋଇଯାଇଥିଲା। ତେବେ ଏଗୁଡ଼ିକୁ ସଜାଡ଼ିବା ପରେ ପୁଣି ମତଦାନ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ମୋଟ ଉପରେ ସକାଳ ୯ଟା ସୁଦ୍ଧା ୭.୮ ପ୍ରତିଶତ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଥିବା ଜଣାପଡ଼ିଛି। ଏହି ଉପନିର୍ବାଚନରେ ମୋଟ ୨ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ଏଥିପାଇଁ ୩୪୮ ବୁଥ୍ କରାଯାଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!