ଭୁବନେଶ୍ୱର,(ବାଘୁଆବାର୍ତ୍ତା): ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଆସିନଥିବା ବେଳେ ପିପିଲ ଉପନିର୍ବାଚନ ପାଇଁ ଆବଶ୍ୟକୀୟ ଇଭିଏମ୍ ଓ ଭିଭିପ୍ୟାଟ ପ୍ରସ୍ତୁତି ହୋଇ ଆସିସାରିଛି । କେବଳ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛି ପିପିଲି ଉପନିର୍ବାଚନ । ସେଥିପାଇଁ ଇଭିଏମ ଅଧିକାରୀଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଛି । କୋଭିଡ୍-୧୯ କଟକଣାକୁ ଦୃଷ୍ଟିରେ ପ୍ରତି ବୁଥରେ ୧୦୦୦ଜଣ ବ୍ୟକ୍ତି ମତବ୍ୟକ୍ତ କରିବେ । ପିପିଲି ଉପ ନିର୍ବାଚନ ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ କାଉନ୍ ଡାଉନ୍ ଆରମ୍ଭ କରିଥିବା ଜଣାପଡିଛି ।






