ଭୁବନେଶ୍ୱର,(ବାଘୁଆବାର୍ତ୍ତା): ପିପିଲି ଉପ ନିର୍ବାଚନକୁ ନେଇ ପ୍ରଚାର ପ୍ରସାର ସରଗରମ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଥିବା ଅଜିତ୍ କୁମାର ମଙ୍ଗରାଜଙ୍କ ପରଲୋକ ହୋଇଛି । ପିପିଲି ଉପ ନିର୍ବାଚନରେ ସେ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ତେବେ ପ୍ରଚାର କରିବା ସମୟରେ ତଳେ ପଡିଯାଇଥିଲେ । ପରେ ସେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଥିବା ନେଇ ଆପୋଲୋ ହସ୍ପିଟାଲର ଅଧିକ୍ଷକ ସୂଚନା ଦେଇଛନ୍ତି । ବନ୍ଦ ହୋଇପାରେ ପିପିଲି ଉପ ନିର୍ବାଚନ ।





