ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଏପ୍ରିଲ୍ ୧୭ରେ ହେବାକୁ ଥିବା ପିପିଲି ଉପ-ନିର୍ବାଚନରେ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ ବୋଲି ସୂଚନା ମିଳିଛି । ପିପିଲି ଉପ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ସାରିବାକୁ ୩ କଂପାନୀର କେନ୍ଦ୍ରୀୟ ଫୋର୍ସ ମୁତୟନ ହେବା ନେଇ ନିଷ୍ପତ୍ତି ନେଇଛନ୍ତି ଏଡିଜି ଯଶୱନ୍ତ ଜେଠୱା । ୧୮ପ୍ଲାଟୁନ୍ ଓଏସଏପି ମୁତୟନ ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିବା ନେଇ ସୂଚନା ମିଳିଛି ।






