ନିମାପଡ଼ା, (ବାଘୁଆବାର୍ତ୍ତା): ପିପିଲି ଉପନିର୍ବାଚନକୁ ଆଉ ମାତ୍ର ୨ ଦିନ ବାକି ଅଛି। ଉପନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ଜୋରସୋରରେ ପ୍ରଚାର କରୁଛନ୍ତି। ଉପନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢୁଛି। ଏହି ମଧ୍ୟରେ ବିଜେପି କାର୍ୟ୍ୟାଳୟ ଉପରକୁ ପେଟ୍ରୋଲ ବୋମା ମାଡ଼ ହୋଇଛି। ପିପିଲି ସାତଶଙ୍ଖ ବିଜେପି କାର୍ୟ୍ୟାଳୟ ଉପରକୁ ପେଟ୍ରୋଲ ବୋମା ଫିଙ୍ଗି ନିଆଁ ଲଗାଇବାକୁ ଚେଷ୍ଟା କରିଛନ୍ତି ଦୁର୍ବୃତ୍ତ। ଗତକାଲି ବିଳମ୍ବିତ ରାତିରେ ଏଭଳି ଅଘଟଣ ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତକାଲି ବିଳମ୍ବିତ ରାତିରେ ପିପିଲି ସାତଶଙ୍ଖ ବିଜେପି କାର୍ୟ୍ୟାଳୟ ଉପରକୁ ପେଟ୍ରୋଲ ବୋମାମାଡ଼ ହୋଇଛି। କେହି ଦୁର୍ବୃତ୍ତ ବିଜେପି କାର୍ୟ୍ୟାଳୟ ପଛପଟୁ ବିଅର ବୋତଲ ଭିତରେ ପେଟ୍ରୋଲ ପୁରାଇ ନିଆଁ ଲଗାଇ କାର୍ୟ୍ୟାଳୟ ଉପରକୁ ଫିଙ୍ଗିଥିଲେ। ଏହାପରେ ସେଠାରୁ ଫେରାର୍ ହୋଇଯାଇଥିଲେ। ତେବେ ଘଟଣା ସମୟରେ କିଛି ବିଜେପି କର୍ମକର୍ତ୍ତାମାନେ ନିଆଁକୁ ଆୟତ୍ତ କରିଥିବା ବେଳେ ଏକ ବଡ଼ ଅଘଟଣ ବର୍ତ୍ତି ଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ପିପିଲି ନିର୍ବାଚନୀ ମଇଦାନ କମ୍ପୁଥିବା ବେଳେ କେହି ବିରୋଧୀ ଏଭଳି କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ନିର୍ବାଚନ ପୂର୍ବରୁ ଏଭଳି ଘଟଣା ରାଜନୈତିକ ପାଣିପାଗରେ ଉଷ୍ମତା ସୃଷ୍ଟି କରିଛି।






