Wednesday, September 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପିପିଲି ଉପନିର୍ବାଚନ ପାଇଁ ତିନି ଦଳ ଅଣ୍ଟାଭିଡ଼ିଲେ

by ସଞ୍ଜୟ ସ୍ୱାଇଁ
April 18, 2021
in State
ପିପିଲି ଉପନିର୍ବାଚନ ପାଇଁ ତିନି ଦଳ ଅଣ୍ଟାଭିଡ଼ିଲେ
390
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପିପିଲି ଉପ-ନିର୍ବାଚନ ପାଇଁ ମେ ୧୩ ତାରିଖ ଘୋଷଣା ହେବା ପରେ ପୁଣି ସକ୍ରିୟ ହୋଇଛନ୍ତି ତିନି ଦଳର ନେତା ଓ କର୍ମୀ । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପୁଣି ନୂଆ ପ୍ରାର୍ଥୀ ଦେବ କଂଗ୍ରେସ । ଅଜିତ୍ ମଙ୍ଗରାଜଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିବୁ ବୋଲି ସୁର ରାଉତରାୟ କହିଛନ୍ତି । ଅଜିତଙ୍କ ପ୍ରାର୍ଥୀ ବନ୍ଦନା ପ୍ରାର୍ଥୀ ହେଲେ ଉଭୟ ବିଜେପି ଓ ବିଜେଡିକୁ ଭଲ ଫାଇଟ ଦେବୁ ଓ ଆମ ଭୋଟ ପ୍ରତିଶତ ବି ବଢ଼ିବ । ତେବେ ଚୂଡାନ୍ତ ନିଷ୍ପତ୍ତି ଏଆଇସିସି ହିଁ ନେବ ବୋଲି ଶ୍ରୀ ରାଉତରାୟ କହିଛନ୍ତି । ସେପଟେ ପିପିଲି ଉପନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛି ଶାସକ ବିଜେଡି । ଏବେ ବିଭିନ୍ନ ପଞ୍ଚାୟରରେ ଦାୟିତ୍ୱରେ ଥିବା ନେତାମାନେ ନିଜ ଦାୟିତ୍ୱ ତୁଲାଉଛନ୍ତି । ଆଜି ପିପିଲିରେ ବିଭିନ୍ନ ଦଳର ନେତା ବିଜେଡିରେ ସାମିଲ ହେବେ । ଏକ ଦୁଃଖଦ ଘଟଣା ଘଟିବାରୁ ନିର୍ବାଚନ ପ୍ରକ୍ରିୟା ସ୍ଥଗିତ ରହିଥିଲା । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ଯୋଗୁ ଭୋଟିଂ ସ୍ଥଗିତ ରହିଥିଲା । ଆସନ୍ତା ମେ ୧୩ ତାରିଖରେ ଭୋଟ୍ ଗ୍ରହଣ ପାଇଁ ସାନି ସମୟ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ବିଜେଡି ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ବିଜେପିର ନିର୍ବାଚନ ପ୍ରସ୍ତୁତି ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ୧୭ ତାରିଖରେ ନିର୍ବାଚନ ହୋଇଥିଲେ ଯାହା ହୋଇଥାନ୍ତା ତାହା ମେ’ ୧୩ ତାରିଖରେ ବି ହେବ । ଭାରତୀୟ ଜନତା ପାର୍ଟି ସପକ୍ଷରେ ଫଳାଫଳ ଯିବ ବୋଲି ବାହାସ୍ଫୋଟ ମାରିଛନ୍ତି । ସେଠି କୌଣସି ପ୍ରକାରର ଅନୁକମ୍ପା ମୂଳକ ଭୋଟ ନାହିଁ । ଆଗାମୀ ଦିନରେ କ’ଣ ହେବ ତାହା ସବେ ଜଣା ପଡ଼ିବ । ଦୀର୍ଘ ଦିନ ଧରି ପିପିଲି ବାସୀ ଅବହେଳିତ ହୋଇଛନ୍ତି ଓ ସେଠି ଅରାଜକତା ଚାଲିଛି । ଏହା ବିରୁଦ୍ଧରେ ଜନମତ ସୃଷ୍ଟି ହେଉଛି । ଯେଉଁମାନେ ଆମର ପଞ୍ଚାୟତ ଦାୟିତ୍ୱରେ ଥିଲେ ସେମାନେ ତାଙ୍କ ତୁଲାଉ ଛନ୍ତି ଓ ଯିବାଆସିବା ବି କରୁଛନ୍ତି । ପିପିଲିରେ ସ୍ଥାନୀୟ କାର୍ଯ୍ୟକର୍ତ୍ତା ବହୁତ ସକ୍ରିୟ ସକ୍ଷମ ଅଛନ୍ତି । ପୂର୍ବରୁ ଯେଉଁ ଯୋଜନା ହୋଇଛି ସେହି ପ୍ରକ୍ରିୟାରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟ କରୁଛି ବୋଲି ଶ୍ରୀ ହରିଚନ୍ଦନ କହଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!