Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପିପିଲି ଉପନିର୍ବାଚନରେ କୋଭିଡ୍ ଲକ୍ଷଣ ଥିଲେ ବି ଦେଇପାରିବେ ଭୋଟ୍, ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା

by ସଞ୍ଜୟ ସ୍ୱାଇଁ
September 28, 2021
in Politics, State
ପିପିଲି ଉପନିର୍ବାଚନରେ କୋଭିଡ୍ ଲକ୍ଷଣ ଥିଲେ ବି ଦେଇପାରିବେ ଭୋଟ୍, ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା
59
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପିପିଲି ଉପନିର୍ବାଚନ ପାଇଁ ୩୦ ତାରିଖରେ ପଡ଼ିବ ଭୋଟ୍‌। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିପାରିବେ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ମୋଟ୍‌ ୨୦୧ଟି ବୁଥ୍‌କୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଥିବା ବେଳେ ଯେଉଁ ଭୋଟରଙ୍କର କୋଭିଡ୍ ଲକ୍ଷଣ ଥିବ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜିଠୁ ବୁଥ୍‌ ଗୁଡ଼ିକୁ ପୋଲିଂ ପାର୍ଟି ଗୁଡ଼ିକୁ ପଠାଯାଉଛି। ୩୪୮ଟି ପୋଲିଂ ପାର୍ଟି ମଧ୍ୟରୁ ୨୦୦ଟିକୁ ସେମାନଙ୍କ ବୁଥ୍‌କୁ ପଠାଯାଇ ସାରିଲାଣି। ମୋଟ ୧୪୯୦ ଜଣ କର୍ମଚାରୀଙ୍କୁ ପୋଲିଂ କାର୍ୟ୍ୟରେ ନିୟୋଜିତ କରାଯାଇଛି। ଅତିରିକ୍ତ ୭୦୦ କର୍ମଚାରୀଙ୍କୁ ପ୍ରସ୍ତୁତ ରଖାଯାଇଛି। ବୁଥ୍‌ ବାହାରେ ରହି କୋଭିଡ୍ ନିୟମ ଅନୁସାରେ ସବୁ ପ୍ରସ୍ତୁତି କରିବାକୁ ସେମାନଙ୍କୁ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ଏହି ଉପନିର୍ବାଚନ ପାଇଁ ସୁରକ୍ଷା ଦୃଷ୍ଟିରୁ ପୁଲିସ୍‌ର ବି ବ୍ୟାପକ ବ୍ୟବସ୍ଥା କରାଯାଇଛି। ୨ ହଜାର ପୁଲିସ୍ କର୍ମଚାରୀଙ୍କୁ ଏଥିପାଇଁ ନିୟୋଜିତ କରାଯାଇଛି। ସେମାନଙ୍କ ଭିତରେ ବିଏସ୍‌ଏଫ୍‌ ୩ଟି କମ୍ପାନୀ ମଧ୍ୟ ରହିଛନ୍ତି। ପୁଲିସ୍ କର୍ମଚାରୀଙ୍କ ନେତୃତ୍ୱ ଏସ୍‌ପି ନେଉଛନ୍ତି। ତାଙ୍କୁ ଏଥିପାଇଁ ୩ ଜଣ ଅତିରିକ୍ତ ଏସ୍‌ପି ଓ ୭ ଜଣ ଡିଏସ୍‌ପି ସହଯୋଗ କରୁଛନ୍ତି। ଏଥର ୨୦୧ଟି ବୁଥ୍‌କୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ଏହି ବୁଥ୍‌ ଗୁଡ଼ିକରେ ମତଦାନ ବେଳେ ଯେପରି କିଛି ଗଡ଼ବଡ଼ ନହେବ ସେଥିପାଇଁ ଅତିରିକ୍ତ ବ୍ୟବସ୍ଥା କରାଯାଇଛି। ଏହିଭଳି ପ୍ରତ୍ୟେକ ବୁଥ୍‌ରେ ଜଣେ ମାଇକ୍ରୋ ଓବ୍‌ଜରଭର କିମ୍ବା କେନ୍ଦ୍ର ଅର୍ଦ୍ଧସାମରିକ ବାହିନୀ କିମ୍ବା ୱେବ୍‌କାଷ୍ଟିଂ କିମ୍ବା ଭିଡିଓ ରେକର୍ଡିଂ ମଧ୍ୟରୁ ଗୋଟିଏ ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ଏହି ଉପନିର୍ବାଚନ ପାଇଁ ୪୨୩ଟି ଗାଡ଼ିକୁ ନିୟୋଜିତ କରାଯାଇଛି। ପୋଲିଂ ପାର୍ଟି, ପୁଲିସ୍ ଓ ଅର୍ଦ୍ଧସାମରିକ ବାହିନୀ ପାଇଁ ଏହି ସବୁ ଗାଡ଼ିର ବ୍ୟବସ୍ଥା କରାଯାଇଛି। ଉପନିର୍ବାଚନରେ ସାମିଲ ସମସ୍ତ କର୍ମଚାରୀ ଡବଲ୍‌ ଡୋଜ୍ ନେଇଛନ୍ତି। ଭିନ୍ନକ୍ଷମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ଘରୁ ଆଣି ପୁଣି ଘରେ ଛାଡ଼ିବା ପାଇଁ ବ୍ୟବସ୍ଥା ହୋଇଛି। ପୋଲିଂ ବୁଥ୍ ଗୁଡ଼ିକରେ ସେମାନଙ୍କ ପାଇଁ ହ୍ୱିଲ୍ ଚେୟାର ବ୍ୟବସ୍ଥା ରହିବ। ତା’ସହିତ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ ବୋଲି ସେ କହିଛନ୍ତି। ମତଦାନ କେନ୍ଦ୍ରକୁ ପ୍ରବେଶ ପୂର୍ବରୁ ଭୋଟରଙ୍କୁ ହ୍ୟାଣ୍ଡଗ୍ଲୋବ୍‌ସ ଓ ମାସ୍କ ଦିଆଯିବାର ବ୍ୟବସ୍ଥା ହୋଇଛି। ସେହିଭଳି ସେମାନଙ୍କ ଶରୀରର ତାପମାତ୍ରା ବି ମପାଯିବ। କୌଣସି ଭୋଟରଙ୍କ ଶରୀରର ତାପମାତ୍ରା ସାଧାରଣରୁ ଅଧିକ ଥିଲେ ବା ସେମାନଙ୍କ ଠାରେ କୋଭିଡ୍‌ରେ ଅନ୍ୟ କୌଣସି ଲକ୍ଷଣ ଥିଲେ ସେମାନଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ। ସେମାନଙ୍କୁ ଏକ ଚିରକୁଟ୍‌ ଦେଇ ଘରକୁ ପଠାଇ ଦିଆଯିବ। ସେମାନେ ଭୋଟ୍ ଗ୍ରହଣର ଅନ୍ତିମ ୧ ଘଣ୍ଟାରେ ଆସି ସେମାନଙ୍କ ମତ ସାବ୍ୟସ୍ତ କରିପାରିବେ। ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ସେ କହିଛନ୍ତି, ପ୍ରତ୍ୟେକ ବୁଥ୍‌ରେ କୋଭିଡ୍ ନୋଡାଲ୍ ଷ୍ଟାଫ୍‌ଙ୍କୁ ନିଯୁକ୍ତି ଦିଆଯାଇଛି। ସାଧାରଣତଃ ଆଶା କର୍ମୀ ବା ଅଙ୍ଗନୱାଡ଼ି କର୍ମୀଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ବୁଥ୍ ଗୁଡ଼ିକରେ କୋଭିଡ୍‌ର ସବୁ ପ୍ରୋଟୋକଲକୁ ଅନୁସରଣ କରାଯାଉଛି ନାହିଁ, ତାହା ସେମାନେ ତଦାରଖ କରିବା ସହିତ ଏଥିରେ ସହଯୋଗ କରିବେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!