Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପିଲାଚୋରୀ ସନ୍ଦେହରେ ବାବା ଅଟକ

by ସଞ୍ଜୟ ସ୍ୱାଇଁ
March 8, 2021
in Crime, Nayagarh
ପିଲାଚୋରୀ ସନ୍ଦେହରେ ବାବା ଅଟକ
1.3k
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସହରରେ ପିଲାଚୋରୀ ସନ୍ଦେହରେ ନିର୍ଦ୍ଧୁମ ମାଡ଼ ଖାଇଥିବା ୩ ଜଣ ବାବାଙ୍କୁ ପୁଲିସ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପରେ ଥାନାରେ ଅଟକ ରଖିଛି । ଉତ୍ତରପ୍ରଦେଶ ଓରେୟା ଜିଲ୍ଲା ବାସିପୁର ମୈାଜାର ମହାବୀର ନାଥ, ସନ୍ତୋଷ ନାଥ, ଶୈଳେନ୍ଦ୍ର ନାଥ ଆଜି ନୟାଗଡ଼ ତ୍ରିନାଥ ଛକଠାରେ ଏକ ଦୋକାନକୁ ଯାଇଥିଲେ । ଦୋକାନରେ ବ୍ୟବସାୟୀ ତାଙ୍କ ଛୋଟ ପୁଅକୁ ବସାଇ କୈାଣସି କାମରେ ବାହରକୁ ଯାଇଥିଲେ । ଏହି ତିନିଜଣ ଯୁବ ବାବା ଉକ୍ତ ଛୋଟ ପିଲାଟିକୁ ଏକ ଚକଲେଟ୍ ଏବଂ ଶହେ ଟଙ୍କା ଯାଚିଥିଲେ । ଛୁଆଟି ତାହା ଗ୍ରହଣ କରିନଥିଲା । ସେହି ସମୟରେ ପିଲାର ବାପା ଆସିବାରୁ ତାଙ୍କର ପିଲାଚୋର ବୋଲି ସନ୍ଦେହ ହୋଇଥିଲା । ଫଳରେ ସେ ପାଟି କରିବାକୁ ଉକ୍ତ ସ୍ଥାନରେ ଉପସ୍ଥିତ ଲୋକେ ତିନିଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଜଣାଯାଇଛି । ଖବରପାଇ ଟାଉନଥାନା ପୁଲିସ ଉକ୍ତ ସ୍ଥାନରେ ପହଞ୍ଚି ବାବା ତିନି ଜଣଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଇବା ସହ ଥାନାରେ ଅଟକ ରଖିଛି । ଥାନାରେ କୈାଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!