Saturday, June 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପର୍ଯ୍ୟଟନ ଭିତ୍ତିଭୂମୀର ବିକାଶ ପାଇଁ ପଦକ୍ଷେପ ନିଆଯିବ : ବିଧାୟକ

by Anil Panda
September 23, 2020
in Nayagarh
ପର୍ଯ୍ୟଟନ ଭିତ୍ତିଭୂମୀର ବିକାଶ ପାଇଁ ପଦକ୍ଷେପ ନିଆଯିବ : ବିଧାୟକ
693
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାର ସବୁଠାରୁ ଉଚ୍ଚତମ ପାହାଡ଼ ରାଜଗିରୀରୁ ୧୧ଶହ ମିଟରର ମୁକ୍ତାହାର ପରି ବହି ଯାଉଛି କଦଳୀ ଝରଣା । ଏଥିସହିତ ରାଜଗିରୀ ପର୍ବତର ଶିଖରରେ ବିରାଜମାନ ମହାବୀର ଆସ୍ଥାନ ଏବଂ ୨୫ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରସ୍ତରୁ ଉପରୁ ହଠାତ୍ ଲମ୍ପ ପ୍ରପାତ ସୃଷ୍ଟି କରୁଥିବା ଗୁଲୁବାସ ଝରଣାର ଅପରୂପ କାନ୍ତି ପର୍ଯ୍ୟଟକଙ୍କୁ ବେଶ୍ ଆମୋଦିତ କରୁଛି । ଏଠାକୁ ବଣଭୋଜି ଓ ପ୍ରକୃତି ବିହାର ପାଇଁ ଅନେକ ଲୋକଙ୍କ ବର୍ଷତମାମ ଛୁଅ ଛୁଟୁଥିବା ବେଳେ ଆଜି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଗସ୍ତ କରି ଏହାର ବିକାଶ ପାଇଁ ପଦକ୍ଷେପ ନେବାକୁ କହିଛନ୍ତି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମାଳିସାହି ପଂଚାୟତ ଅଧିନସ୍ଥ ତଥା ନୟାଗଡ଼ ବନାଞ୍ଚଳରେ ରହିଥିବା ଏହି ପାହାଡ଼କୁ ବାଲୁଗାଁ – ପାଣିପଇଲା ଠାରୁ ଚିନିକଳ ରାସ୍ତାଦେଇ ରାଜଗିରୀ ପର୍ବତ଼କୁ ଯିବାକୁ ହୋଇଥାଏ । ନୟାଗଡ଼ଠାରୁ ରାଜଗିରୀ ପର୍ବତର ପାଦଦେଶ ପର୍ଯ୍ୟନ୍ତ ଗାଡ଼ି ମୋଟର ଧରି ଯିବାକୁ ରାସ୍ତାର ସୁବିଧା ଥିଲାବେଳେ ରାଜଗିରୀ ପାଦଦେଶରୁ କଦଳୀ ଝରଣା ପର୍ଯ୍ୟନ୍ତ ଘଂଚ ଜଙ୍ଗଲ ଢିମା ରାସ୍ତାରେ ଯାଇ କଦଳୀ ଝରଣାର ପ୍ରାକୃତିକ ପରିବେଶରେ ପହଂଚିବାକୁ ହୁଏ । ସେଠାରୁ ଏକ କଲୋମିଟର ପାହାଡ଼ ଉଠିଗଲେ ରାଜଗିରୀର ଶିଖରରେ ପହଂଚି ମହାବୀରଙ୍କ ଆସ୍ଥାନ ସହ ଝର୍ଝର ନାଦରେ ନିନାଦିତ ଗୁଲୁବାସ ଝରଣାର ସୌନ୍ଦର୍ଯ୍ୟକୁ ଅବଲୋକନ କରିହୁଏ । ରାଜଗିରୀକୁ ଯିବାପାଇଁ ସେତେ ସୁବିଧାଜନକ ରାସ୍ତା ନଥିବାରୁ ଏପରି ଏକ ମନୋମୁଗ୍ଧକର ସ୍ଥାନକୁ ଭ୍ରମଣକାରୀମାନଙ୍କ ଯିବାକୁ କଷ୍ଟସାଧ୍ୟ ହୋଇପଡ଼େ । ନୟାଗଡ଼ ବନାଚଂଳର ଅଧିନସ୍ଥ ଏହି ରାଜଗିରୀ ପାହାଡ଼ କାହିଁ କେଉଁ ଆବାହମାନ କାଳରୁ ଜନମନ ହରଣ କରି ଲୋକମାନଙ୍କୁ ଆକର୍ଷିତ କରି ଏଠାକୁ ଟାଣିଆଣୁଥିଲେ ମଧ୍ୟ ବିଭାଗୀୟ ଗୁରୁତ୍ୱ ନଥିବାରୁ ଏହି ସ୍ଥାନଟି ପର୍ଯ୍ୟଟକଙ୍କ ଆଢୁଆଳରେ ରହିଯାଉଛି । ପାହାଡ଼ର ଶୀର୍ଷରେ ଏକ ବିରାଟ ପଥର ଚଟାଣ ଥିବାବେଳେ ଭ୍ରମଣକାରୀଙ୍କ ପାହାଡ଼ ଚଢିବାର କଷ୍ଟ ଲାଘବ କରନ୍ତି ସଂକଟମୋଚନ ମହାବୀର । ପଥର ଚଟାଣ ଉପରେ ଭ୍ରମଣକାରୀମାନେ ବଣଭୋଜି କରି ଖୁସି ମନାଉଥିବାବେଳେ କିଛି ଦୂରରେ ଥିବା ଝରଣାର ଗାଧୁଆ ମଜ୍ଜା ଅନେକଙ୍କୁ ଆତ୍ମ ବିଭୋର କରିଥାଏ । ପାହାନ୍ତାରୁ ସିନ୍ଦୁର ଫାଟିବାର ଦୃଶ୍ୟ ବେଶ୍ ମନଲୋଭା । ପକ୍ଷୀମାନଙ୍କ କିଚିରି ମିଚିରି ଶଦ୍ଦରେ ସକାଳ ସୂର୍ଯ୍ୟକିରଣର ରକ୍ତିମ ଆଭା ,ସବୁଜ ବନାନୀ,ଝରଣାର କୁଳୁକୁଳୁ ନାଦ ଭ୍ରମରକାରୀଙ୍କ ଚଳାପଥର କଷ୍ଟ ଲାଘବ କରିଦିଏ । ବର୍ଷାରୁ ରକ୍ଷା ପାଇବା ପାଇଁ କେତେକ ସ୍ୱେଚ୍ଛାସେବୀ ଭ୍ରମଣକାରୀଙ୍କ ସୁବିଧା ପାଇଁ ସେଠାରେ ୨ଟି ଖୋଲା ଟିଣ ଘରର ସୁବିଧା କରିଦେଇଛନ୍ତି ମାଳିସାହି ଗ୍ରାମବାସୀ । ମାଳିସାହିର ସ୍ୱେଚ୍ଛାସେବୀଙ୍କ ଆଗ୍ରହ ଯୋଗୁଁ ରାଜଗିରୀ କ୍ଷେତ୍ରକୁ ଯାହା କିଛି ଭ୍ରମଣକାରୀଙ୍କୁ ଆକର୍ଷିତ କରିପାରିଛି । ଥରେ ଗଲେ ରାଜଗିରୀକୁ ମାନସିକ କ୍ଲେଶ ଭୁଲି ପ୍ରକୃତି କୋଳରେ ହଜିଯିବା ସହ ଦିନେ ଦି’ଦିନ ରହିଯିବାକୁ ଇଛା ହୁଏ ବୋଲି ବହୁ ପର୍ଯ୍ୟଟକ ମତବ୍ୟକ୍ତ କରନ୍ତି । ରାଜଗିରୀ ପର୍ବତରେ ୨୧ଶହ ପ୍ରକାରର ଔଷଧୀୟ ବୃକ୍ଷ ମିଳୁଥିବାବେଳେ ସମସ୍ତ ପ୍ରକାର ଔଷଧୀୟ ଲତା, ଗୁଳ୍ମ ବୃକ୍ଷାଦି ଏଠାକୁ ସଂଗ୍ରହ କରିବାକୁ ଆସନ୍ତି ବୋଲି ଚେରମୂଳୀ ବୈଦ୍ୟମାନେ କହନ୍ତି । କାହି କେ୍‌ଉଁକାଳୁ ଏଠାରେ ହନୁମାନଙ୍କ ଆସ୍ଥାନ ଓ ହନୁମାନଙ୍କ ପାଦଚିହ୍ନ ଥିବା ସହ ଗନ୍ଧମାର୍ଦ୍ଦନ ପର୍ବତ ପରି ଏଠାର ଔଷଧୀୟ ସମାଞ୍ଜସ୍ୟ ଥିବାରୁ ରାଜଗିରୀକୁ ଗନ୍ଧମାର୍ଦ୍ଦନ ପର୍ବତ ବୋଲି ଚେରମୂଳୀ ବୈଦ୍ୟ ଓ ବହୁ ପୁରୁଣାକାଳିଆ ଲୋକମାନଙ୍କ ମୁହଁରୁ ଶୁଣିବାକୁ ମିଳେ । ଆଜି ଏଠାକୁ ବିଧାୟକଙ୍କ ସହ ନୂଆଗାଁ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସାହୁ, ଅତିରିକ୍ତ ବନାଞ୍ଚଳ ଅଧିକାରୀ ସୁଶାନ୍ତ କୁମାର ସ୍ୱାଇଁ, ବନପାଳ ସୁମିତ୍ରା ମିଶ୍ର ଏବଂ ମହାବୀର ସେବା ସଂଘର ବହୁ ସଦସ୍ୟ ଯାଇଥିବା ଜଣାଯାଇଛି । ରାଜଗିରର ପାକୃତିକ ଶୋଭାରାଜିରେ ବିମୋହିତ ହୋଇ, ସେଠାକୁ ବଣଭୋଜି ପାଇଁ ଆସୁଥିବା ଲୋକଙ୍କ ପାଇଁ ସୁବିଧା, ରାସ୍ତା ନିର୍ମାଣ, ପାନୀୟ ଜଳ ବ୍ୟବସ୍ଥା ଏବଂ ହନୁମାନ ମନ୍ଦିର ନିର୍ମାଣ କରାଯିବାକୁ ପଦକ୍ଷେପ ନିଆଯିବ ବୋଲି ବିଧାୟକ କହିଛନ୍ତି । ଏଥିସହିତ ସେଠାକୁ ଆସୁଥିବା ଲୋକଙ୍କ ରହିବା ପାଇଁ ବ୍ୟବସ୍ଥା କରାଯିବା ସହ ଆସନ୍ତା ପୂଜାରେ ମନ୍ଦିର ନିର୍ମାଣ ପାଇଁ ଶୁଭ ଦିଆଯିବ ବୋଲି କହିଛନ୍ତି । ବନବିଭାଗ ଅଧିନରେ ଏହି ସ୍ଥାନ ଆସୁଥିବାରୁ ବିଭାଗର ସହଯୋଗରେ ଏସବୁ ବିକାଶ କାର୍ଯ୍ୟ ଯଥାଶୀଘ୍ର କରିବା ପାଇଁ ବିଧାୟକ ପ୍ରତିଶୃତି ଦେବା ସହ ମହାବୀର ସେବା ସଂଘକୁ ଧନ୍ୟବାଦ ଦେଇଛନ୍ତି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!