Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖୋଲିଲା ଜଜାଙ୍ଗୀ ପାହାଡ଼ ପିକନିକ ସ୍ଥଳୀ

by ସଞ୍ଜୟ ସ୍ୱାଇଁ
December 29, 2019
in Entertainment
ଖୋଲିଲା ଜଜାଙ୍ଗୀ ପାହାଡ଼ ପିକନିକ ସ୍ଥଳୀ
63
VIEWS
Share on FacebookShare on Twitter

ଉଦ୍ଘାଟନ କଲେ ମନ୍ତ୍ରୀ

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହରର ବଲାଙ୍ଗୀ ବନ୍ଧଠାରେ ଅନ୍ତଜାତୀୟସ୍ତରର ପାର୍କ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ସହର ମଧ୍ୟରେ ଥିବା ଜଜାଙ୍ଗୀ ପାହାଡ଼ ଉପରେ ଏକ ପିକିନିକ୍ ସ୍ଥଳୀ ନିର୍ମାଣ ହୋଇଛି । ଉଦ୍ୟମୀ ଯୁବକଙ୍କ ସହଯୋଗରେ ଏହି ପିକନିକ ସ୍ଥଳୀ ନିର୍ମାଣ ହୋଇଥିବା ବେଳେ ଏହାକୁ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନଡ଼ିଆ ଭାଙ୍ଗି ଉଦ୍ଘାଟନ କରିଛନ୍ତି । ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଏକ ଖୁସିର ବାତାବରଣ ଖେଳିିଯାଇଛି ।

                             

ସୂଚନାନୁସାରେ, ପାହାଡ଼ ପର୍ବତଘେରା ନୟାଗଡ଼ ସହରରେ ବଣଭୋଜି ପାଇଁ କୈାଣସି ନିଦ୍ଧିଷ୍ଟ ସ୍ଥାନ ନାହିଁ । ସହରବାସୀ ପୁରୁଣାସହରଠାରୁ ପାହାଡ଼ ଚଢ଼ି ଟାସେରା ନିକଟରେ ଭୋଜିଭାତ କରୁଥିବା ବେଳେ ଏହା ଅତ୍ୟନ୍ତ କଷ୍ଟଦାୟକ ହୋଇଥାଏ । ଏଣୁ ସ୍ଥାନୀୟ ୧୩ ନଂ ୱାର୍ଡ଼ର କିଛି ଉତ୍ସାହୀ ଯୁବକ ତଥା ସ୍ୱେଚ୍ଛାସେବୀ ଓ ଦିବ୍ୟଜ୍ୟୋତି କ୍ଲବର ସଦସ୍ୟମାନଙ୍କ ଦ୍ୱାରା ଏହି ଜଜାଙ୍ଗୀ ପାହାଡ଼ର ଉପରିଭାଗକୁ ସଫାସୁତରା କରାଯାଇ କରି ପିକିନିକ୍ ସ୍ଥଳୀ ନିର୍ମାଣ କରିବା ପାଇଁ ଚିନ୍ତାକରି ନିଜ ନିଜ ଭିତରେ ଚାନ୍ଦା କରି ଏହି ପାହାଡ଼କୁ ପାହାଚ ନିର୍ମାଣ କରିଛନ୍ତି । ଏଥିସହିତ ଶ୍ରମ ଦାନ କରି ପାହାଡ଼ ଉପରେ ସଫା ସୁତରା କରିବା ସହ ବଣଭୋଜି ନିମନ୍ତେ ବ୍ୟବସ୍ଥା କରିଛନ୍ତି । ଭୁପୃଷ୍ଠରୁ ଏକ ଉଚ୍ଚ ସ୍ଥାନରେ ସହରର ସୁନ୍ଦରତାକୁ ପରଖିବା ସହ ଏଠାରେ ବଣଭୋଜି କରିବା ଏକ ନିଆରା ଆନନ୍ଦ ଦେବ ବୋଲି ସେମାନେ ଆଶା ବାନ୍ଧିଛନ୍ତି । ଏଠାରେ ପାନୀୟ ଜଳର ବନ୍ଦୋବସ୍ତ, ଆଲୋକିକରଣ ମଧ୍ୟ କରାଯାଇଛି । ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସହ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ବିଜୁ ଶ୍ରମିକ ସାମ୍ମୁଖ୍ୟ ନେତା ଶ୍ରୀକାନ୍ତ ପଟ୍ଟନାୟକ, ବିଜୁ ଯୁବ ଜନତା ଦଳ ସଭାପତି ରମେଶ ଚନ୍ଦ୍ର ସାହୁ, ୧୩ନଂ ୱାର୍ଡ଼ ପୂର୍ବତନ କାଉନଂସେଲର ଅଖିଳ କୁମାର ସ୍ୱାଇଁ ଯୋଗ ଦେଇଥିଲେ ।

                             

Leave a Reply Cancel reply

Your email address will not be published. Required fields are marked *

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!