ଭୁବନେଶ୍ୱର (ବାଘୁଆବାର୍ତ୍ତା): ପିକ୍ ସ୍ଥିତି ଆଡକୁ ମହାଁଉଛି ଓଡିଶା । ଆଗାମୀ ୭ ରୁ ୧୦ ଦିନ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଯେହେତୁ ରାଜ୍ୟରେ ବର୍ତ୍ତମାନ ଲକଡାଉନ ସ୍ଥିତି ରହିଛି ତେଣୁ କରୋନା ସଂକ୍ରମଣ କ୍ଷେତ୍ରରେ ସମାନ୍ତରାଳ ସ୍ଥିତିରେ ରହିଛି ଓଡିଶା । ଆସନ୍ତା ୭ ରୁ ୧୦ ଦିନ ଭିତରେ କୋଭିଡ ପରିସଂଖ୍ୟାନ ଶୀର୍ଷକୁ ଛୁଇଁ କ୍ରମାନ୍ୱୟରେ ହ୍ରାସ ପାଇବ । ଏ ନେଇ ଆଶା ପ୍ରକଟ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର । ବର୍ତ୍ତମାନ ସବୁଠୁ ବଡ଼ କଥା ଓଡିଶାରେ ସଂକ୍ରମଣ ହାର ୨୦ ପ୍ରତିଶତ ତଳକୁ ଆସିଛି । ଏହା ଏକ ବଡ ଉପଲବ୍ଧି । ଲକଡାଉନ ପାଇଁ ରାଜ୍ୟରେ ସଂକ୍ରମଣ ଫ୍ଲାଟ ସ୍ଥିତିରେ ଅଛି । ନଚେତ ଏବେ ୨୦ ରୁ ୨୫ ହଜାର ଦୈନିକ ସଂକ୍ରମଣ ବାହାରିଥାନ୍ତା ବୋଲି ସେ କହିଛନ୍ତି । ଭୁବନେଶ୍ୱରରେ ପଜିଟିଭ ହାର ରହିଛି ପାଖାପାଖି ୩୫ ପ୍ରତିଶତ । ତେବେ ବର୍ତ୍ତମାନ ଗ୍ରାମାଞ୍ଚଳକୁ ଫୋକସ କରିବା ପାଇଁ ସରକାର ଯେଉଁ ନିଷ୍କତ୍ତି ନେଇଛନ୍ତି ତାହା ବହୁତ ଭଲ ପଦକ୍ଷେପ । ଯଦି ୧୫ ଦିନ ପୂର୍ବରୁ ଏହି ପଦକ୍ଷେପ ନେଇ ଥାନ୍ତେ ତେବେ ଓଡିଶାରେ ଏପରି ସ୍ଥିତି ଉପୁଜି ନଥାନ୍ତା ବୋଲି ସେ କହିଛନ୍ତି ।






