Sunday, November 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ୟୁଜି ଏବଂ ପିଜି ଶେଷ ବର୍ଷ ପରୀକ୍ଷା ସମୟସୀମା ବୃଦ୍ଧି ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ୟୁଜିସିକୁ ଅନୁରୋଧ

by Anil Panda
September 2, 2020
in Feature News
ୟୁଜି ଏବଂ ପିଜି ଶେଷ ବର୍ଷ ପରୀକ୍ଷା ସମୟସୀମା ବୃଦ୍ଧି ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ୟୁଜିସିକୁ ଅନୁରୋଧ
191
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା) :  ୟୁଜି ଏବଂ ପିଜି ଶେଷ ବର୍ଷ/ଫାଇନାଲ୍‌ ସେମିଷ୍ଟାର ପରୀକ୍ଷା ଶେଷ କରିବା ନିମନ୍ତେ ଧାର୍ଯ୍ୟ ସମୟସୀମା ସେପେଫମ୍ବର ୩୦ ତାରିଖରୁ ଅକେଫାବର ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୟୁଜିସି କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଏହି ମର୍ମରେ ଏକ ଅନୁରୋଧ ପତ୍ର ୟୁଜିସିର ସଚିବଙ୍କ ନିକଟକୁ ପ୍ରେରଣ କରିଛନ୍ତି । କୋଭିଡ୍‌-୧୯ ସ୍ଥିତିରେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକାର ଅନୁପାଳନ ଓ ସାମାଜିକ ଦୂରତ୍ୱ ବଜାୟ ରଖି ୟୁଜିସି ଦ୍ୱାରା ଧାର୍ଯ୍ୟ ସମୟସୀମା ସେପେଫମ୍ବର ୩୦ ତାରିଖ ମଧ୍ୟରେ ସମସ୍ତ ପରୀକ୍ଷା ଶେଷ କରିବା କଷ୍ଟକର ବୋଲି ଅଗଷ୍ଟ ୩୧ ତାରିଖରେ ଅନୁଷ୍ଠିତ ବୈଠକରେ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ମତ ଦେଇଥିଲେ । ପରୀକ୍ଷା ପରିଚାଳନାପ୍ରସ୍ତୁତି ନିମନ୍ତେ ଅନ୍ତତଃ ପକ୍ଷେ ୨୦ ଦିନ ଆବଶ୍ୟକ ହୋଇଥାଏ ।  ପେଫମ୍ବର ୩୦ ତାରିଖ ମଧ୍ୟରେ ସମସ୍ତ ପରୀକ୍ଷା ଶେଷ କରିବାକୁ ହେଲେ ଗୋଟିଏ ଦିନରେ ଏକାଧିକ ପରୀକ୍ଷା କରିବାକୁ ପଡ଼ିବ । ଗୋଟିଏ ଦିନରେ ଏକାଧିକ ପରୀକ୍ଷା ହେଲେ ଏକ ସାଙ୍ଗରେ ଅନେକ ଛାତ୍ରଛାତ୍ରୀଙ୍କ ସମାଗମ ହେବ ଏବଂ ଏପରି ସ୍ଥିତିରେ କୋଭିଡ୍‌-୧୯ ମାର୍ଗଦର୍ଶିକା ଅନୁପାଳନରେ ସମସ୍ୟା ଦେଖାଦେବ । ଏପରି ସ୍ଥିତିରେ ସେପେଫମ୍ବର ୩୦ ତାରିଖ ଧାର୍ଯ୍ୟ ସମୟସୀମାକୁ ୧୦ ଦିନ ବୃଦ୍ଧି କରିବା ପାଇଁ ବୈଠକରେ କୁଳପତିମାନେ ଅନୁରୋଧ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥିତିର ସମୀକ୍ଷା କରାଯାଇଥିଲା । କୋଭିଡ୍‌-୧୯ ସ୍ଥିତି ଯେପରି ଗୁରୁତର ନହୁଏ, ସେଥି ନିମନ୍ତେ ରାଜ୍ୟ ସରକାର ୟୁଜି ଓ ପିଜି ଶେଷବର୍ଷ ଫାଇନାଲ୍‌ ସେମିଷ୍ଟାର ପରୀକ୍ଷାକୁ ସୁବ୍ୟବସ୍ଥିତ ଭାବରେ କରାଯିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଯେପରି ଗୋଟିଏ ଦିନରେ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କୁ ଏକ ସଂଗରେ ପରୀକ୍ଷା କେନ୍ଦ୍ରକୁ ଆସିବାକୁ ପଡ଼ିବ ନାହିଁ ଏବଂ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ପକ୍ଷରୁ ପରୀକ୍ଷା କେନ୍ଦ୍ରଗୁଡ଼ିକର ଠିକ୍‌ ଭାବରେ ସାନିଟାଇଜ୍‌ କରିବା ନିମନ୍ତେ ଅନ୍ତତଃ ପକ୍ଷେ ଗୋଟିଏ ଦିନ ଲେଖାଏଁ ବ୍ୟବଧାନ ପାଇବେ ସେଥି ନିମନ୍ତେ ସମୟସୀମା ବୃଦ୍ଧିର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ୟୁଜି ଓ ପିଜି ଶେଷବର୍ଷ/ଫାଇନାଲ୍‌ ସେମିଷ୍ଟାର ପରୀକ୍ଷାର ସମୟସୀମା ସେପେଫମ୍ବର ୩୦ରୁ ଅକେଫାବର ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ନିମନ୍ତେ ୟୁଜିସି କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!