Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଫାଇଜର ଓ ମଡର୍ଣ୍ଣା ଟିକା ପୁରୁଷଙ୍କ ସ୍ୱାସ୍ଥ୍ୟରେ ଭଲ କାମ ଦେଉଛି

by ସଞ୍ଜୟ ସ୍ୱାଇଁ
May 25, 2021
in NATIONAL NEWS
ଫାଇଜର ଓ ମଡର୍ଣ୍ଣା ଟିକା ପୁରୁଷଙ୍କ ସ୍ୱାସ୍ଥ୍ୟରେ ଭଲ କାମ ଦେଉଛି
156
VIEWS
Share on FacebookShare on Twitter

ନ୍ୟୁୟର୍କ, (ବାଘୁଆବାର୍ତ୍ତା): ମହାମାରୀ କରୋନା ବିଶ୍ୱକୁ କବଳିତ କରି ରଖିଥରବା ବେଳେ ସେଥିରୁ ଆରୋଗ୍ୟ ଲାଭ କରିବା ପାଇଁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଟିକାକରଣ ଜାରି ରହିଛି । କୋଭାସିଲ୍ଡ ଓ କୋଭାସ୍କିନ ଭଳି ବିଭିନ୍ନ କଂପାନି ଦ୍ୱାରା ବିକଶିତ ଟିକାଗଡିକୁ ଉପଯୋଗ କରାଯାଉଛି । ବିଶେଷ କରି ଟିକା ଗୁଡିକ ମଧ୍ୟରେ ଫାଇଜର-ଏନବାୟୋଟେକ୍ ଓ ମଡର୍ଣ୍ଣା ଦ୍ୱାରା ପ୍ରସ୍ତୁତ ହୋଇଥିବା ଟିକା ପୁରୁଷଙ୍କ କ୍ଷେତ୍ରରେ ଭଲ କାମ ଦେଉଥିବା ନେଇ ଚର୍ଚ୍ଚାର ବିଷୟ ପାଲଟିଛି । ଆମେରିକାର ମିଚିଗାନ୍ ବିଶ୍ୱବିଦ୍ୟାଳୟର ଗବେଷକ ମୋର୍ଟେଜା ମେହମୌଦିଙ୍କ ଦ୍ୱାରା କରାଯାଇଥିବା ଗବେଷଣାରେ ଏ ପ୍ରକାର ଅଣୁ ଔଷଧରେ ଲିଙ୍ଗର ଉଲ୍ଲେଖନୀୟ ଭୂମିକା ରହିଥିବା ଜଣାପଡିଛି । ବିଦେଶ ଖବର କାଗଜ ନେଚର କମ୍ୟୁନିକେସନ ପତ୍ରିକାରେ ପ୍ରକାଶିତ ତାଙ୍କ ଗବେଷଣାତ୍ମକ ସନ୍ଦର୍ଭର ତତ୍ୟ ଅନୁସାରେ, ମନୁଷ୍ୟ ଶରୀରର ରୋଗ ପ୍ରତିରୋଧକ ପ୍ରଣାଳୀରେ ଆବଶ୍ୟକ ସକ୍ରିୟ ଉପାଦାନ ପହଞ୍ଚାଇବା ଲାଗି ଉପରୋକ୍ତ ଉଭୟ ଧରଣର ଟିକାରେ ଅଣୁ କଣିକା ଗୁଡିକୁ ବିନିଯୋଗ କରାଯାଇଛି । ଏହି ଅଣୁକଣିକା ଗୁଡିକର କାର୍ଯ୍ୟଦକ୍ଷତାରେ ଲିଙ୍ଗବୈଷମ୍ୟର ମଧ୍ୟ ଭୂମିକା ରହିଥିବା ନେଇ ମେହମୌଦି ଜାଣିପାରିଛନ୍ତି । ମଡର୍ଣ୍ଣା କଂପାନିର ଟିକା ପୁରୁଷଙ୍କ ଠାରେ ୯୫.୪ ପ୍ରତିଶତ ଫଳପ୍ରଦ ହେଉଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ଏହା ୯୩.୭ ପ୍ରତିଶତ କାର୍ଯ୍ୟ କରୁଛି । ସେହିପରି ଫାଇଜର ଟିକା ପୁରୁଷଙ୍କ କ୍ଷେତ୍ରରେ ୯୬.୪ ପ୍ରତିଶତ ଫଳପ୍ରଦ ହେଉଥିବା ବେଳେ ମହିଳଙ୍କ କ୍ଷେତ୍ରରେ ଏହା ୯୩.୭ ପ୍ରତିଶତ ଫଳପ୍ରଦ ହେଉଛି । ମହିଳାଙ୍କ ଠାରେ କରୋନା ଭୂତାଣୁର ଘାତକ କୋଷ ଗୁଡିକ ଅପେକ୍ଷାକୃତ କମ୍ ଅଣୁକଣିକା ଉପାଦାନ ଗ୍ରହଣ କରିଥାନ୍ତି । ଯାହାଫଳରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ କ୍ଷେତ୍ରରେ ଏହା କମ୍ ଫଳପ୍ରଦ ହେଉଛି । ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ମଡର୍ଣ୍ଣା ଓ ଫାଇଲର ଟିକାରେ ôଫକ୍ ଦେଖା ଦେଉଛି ବୋଲି ମେହମୌଦି ଦାବି କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!