ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବର୍ତ୍ତମାନର ବଡ଼ ଖବର । ମଟର ଚାଳକ ମାନଙ୍କପାଇଁ ବଡ଼ ଖବର । ଦୀପାବଳିରେ ବଡ଼ ଭେଟି ମିଳିଛି । କମିବ ପେଟ୍ରୋଲ ଓ ଡିଜେଲ ତୈଳ ଦର । ପେଟ୍ରୋଲରେ ଏକ୍ସସାଇଜ୍ ଡ୍ୟୁଟିରେ ୫ଟଙ୍କା ଓ ଡିଜେଲରେ ଲିଟର ପ୍ରତି ୧୦ଟଙ୍କା ହ୍ରାସ କରାଯିବ ବୋଲି ସୂଚନା ମିଳିଛି । ଏହି ଦର ଆସନ୍ତାକାଲି ଠାରୁ ଲାଗୁ କରାଯିବ ବୋଲି ସୂଚନା ମିଳିଛି । ଦୀପାବଳି ଭେଟି ସ୍ୱରୂପ କେନ୍ଦ୍ର ସରକାର ପେଟ୍ରୋଲର ଲିଟର ପିଛା ଦର ୫ ଟଙ୍କା ଓ ଡିଜେଲ ଦର ୧୦ ଟଙ୍କା ହ୍ରାସ କରିଛନ୍ତି। ଆସନ୍ତାକାଲି ଠାରୁ ଏହି ପରିବର୍ତ୍ତିତ ଦର ଲାଗୁ ହେବ। କେନ୍ଦ୍ର ସରକାର ତୈଳ ଦର ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କ ହ୍ରାସ କରିଥିବାରୁ ପେଟ୍ରୋଲ ଓ ଡିଜେଲ ଦାମ ହ୍ରାସ ପାଇବାକୁ ଯାଉଛି। ନ୍ୟୁଜି ଏଜେନ୍ସି ଏଏନ୍ଆଇ ଅନୁଯାୟୀ, ଭାରତ ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିଛନ୍ତି। ପେଟ୍ରୋଲ ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କକୁ ଲିଟର ପିଛା ୫ ଟଙ୍କା ଓ ଡିଜେଲ ଉପରେ ଲାଗୁଥିବା ଉତ୍ପାଦନ ଶୁଳ୍କକୁ ୧୦ ଟଙ୍କା ଲେଖାଏ ହ୍ରାସ କରାଯାଇଛି। ଆସନ୍ତାକାଲି ଅର୍ଥାତ ଦୀପାବଳି ଠାରୁ ଏହି ପରିବର୍ତ୍ତିତ ଦର ଲାଗୁ ହେବ। ସୂଚନାଯୋଗ୍ୟ, ଏବେ ଦେଶର ବିଭିନ୍ନ ପ୍ରାନ୍ତରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚିଛି। ଏଥି ଯୋଗୁ ଅନ୍ୟ ସାମଗ୍ରୀଗୁଡ଼ିକର ଦାମ ମଧ୍ୟ ବଢ଼ୁଛି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ କେନ୍ଦ୍ର ସରକାର ଦର ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି।





