ଭୁବନେଶ୍ୱର, (ବାଘୁଆବାର୍ତ୍ତା): କେନ୍ଦ୍ର ସରକାର ଚଲାଇଲା ପୁଣି ଗୋଟି ଚାଳନା । ନିର୍ବାଚନ ସମୟ ଆସିଲେ ତୈଳ ଦର ସ୍ଥିର ଥିବା ବେଳେ ନିର୍ବାଚନ ସରିଗଲା ପରେ ତୈଳ ଦର ପୁଣି ବଢାଇଥିବା ଜଣାପଡିଛି । ଦେଶର ୫ଟି ରାଜ୍ୟ ୧ଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଥିବାରୁ ଦୁଇମାସ ତଳେ ତୈଳ ଦର ସ୍ଥିର ଥିଲା । ନିର୍ବାଚନ ସରିବାର ଦି କେଇଟା ହୋଇନି ପୁଣି ହୁ ହୁ ହୋଇ ତୈଳ ଦର ବାଢାଇଛି କେନ୍ଦ୍ର ସରକାର । ପେଟ୍ରୋଲ ଲିଟର ପିଛା ୧୫ପଇସା ବୃଦ୍ଧି କରିଥିବା ବେଳେ ଡିଜେଲ ଲିଟର ପିଛା ୧୯ପଇସା ବୃଦ୍ଧି ପାଇଛି । ଯାହାଫଳରେ ବର୍ତ୍ତମାନ ପେଟ୍ରୋଲ ଲିଟର ୧୫ ପଇସା ବଢି ୯୧.୨୭ଟଙ୍କା ରହିଛି ଏବଂ ଡିଜେଲ ଲିଟର ୧୯ ପଇସା ବୃଦ୍ଧି ପାଇ ୮୮.୧୭ଟଙ୍କା ରହିଥିବା ଜଣାପଡିଛି ।





