ଭୁବନେଶ୍ବର,(ବାଘୁଆବାର୍ତ୍ତା): ଦେଶରେ ପୁଣି ତେଲଦର ବୃଦ୍ଧି ପାଇଛି । ପେଟ୍ରୋଲ ଲିଟର ପିଛା ୨୯ ପଇସା ଓ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଛି । ଓଡ଼ିଶାର ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଜପତି ଓ କଳାହାଣ୍ଡିରେ ପେଟ୍ରୋଲ ୧୦୦ ଟଙ୍କା ଟପିଯାଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଟ୯୭.୨୨ ଓ ଡିଜେଲ ଲିଟର ପିଛା ୮୭.୯୭ରେ ବିକ୍ରି ହେଉଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଟ.୧୦୩.୩୬ ଓ ଡିଜେଲ ଲିଟର ପିଛା ୯୫.୪୪ରେ ବିକ୍ରି ହେଉଛି । ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ରେକର୍ଡ ସ୍ତର ଟ.୯୭.୯୮ ରେ ପହଞ୍ଚିଯାଇଛି । ଡିଜେଲ ଦର ୯୫.୮୭ ପହଞ୍ଚିଛି । ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି । ସମ୍ବଲପୁରରେ ପେଟ୍ରୋଲ ଟ.୯୮.୫୯ ଓ ଡିଜେଲ ଟ.୯୬.୪୭ରେ ବିକ୍ରି ହେଉଛି । ମାଲକାନଗିରିରେ ପେଟ୍ରୋଲ ଟ.୧୦୩.୦୫ ଓ ଡିଜେଲ ୧୦୦.୭୮ରେ ବିକ୍ରି ହେଉଛି । ରାୟଗଡ଼ାରେ ପେଟ୍ରୋଲ ଲିଟର ପିଛା ଟ. ୧୦୧.୪୭ ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ଟ.୯୯.୨୩ରେ ବିକ୍ରି ହେଉଛି । ସେହିପରି ବାଲେଶ୍ବରରେ ପେଟ୍ରୋଲ ଟ. ୯୭.୯୮ ଓ ଡିଜେଲ ଟ.୯୫.୮୮ରେ ବିକ୍ରି ହେଉଛି । କୋରାପୁଟରେ ପେଟ୍ରୋଲ ଟ.୧୦୨.୨୯ ଓ ଡିଜେଲ ଟ. ୧୦୦.୦୫ରେ ବିକ୍ରି ହେଉଛି । କଳାହାଣ୍ଡିରେ ପେଟ୍ରୋଲ ଟ.୧୦୦.୬୭ରେ ଓ ଗଜପତିରେ ପେଟ୍ରୋଲ ଟ. ୧୦୦.୩୦ ରେ ବିକ୍ରି ହେଉଛି ।