ଦଶପଲ୍ଲା, (ବାଘୁଆବାର୍ତ୍ତା): ଦଶପଲ୍ଲା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ , ଡିହଗାଁର କ୍ରୀଡା ଶିକ୍ଷକ ପୂର୍ଣଚନ୍ଦ୍ର ପ୍ରଧାନ ଜାନୁୟାରୀ ୩୧ରେ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ୧୯୯୧ ମସିହା ଅଗଷ୍ଟ ୫ରୁ ଶ୍ରୀ ପ୍ରଧାନ ଚାକିରିରେ ଯୋଗଦେଇଥିଲେ। ଇତ୍ଯବସରରେ ସୋମବାର ଦିନ ବିଦ୍ୟାଳୟ ପରିସରରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।

ପ୍ରଧାନଶିକ୍ଷକ ପଞ୍ଚାନନ ଷଡଙ୍ଗୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବିଦ୍ଯାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତଚନ୍ଦ୍ର ବେହେରା, ପରିଚାଳନା କମିଟି ସଦସ୍ଯ, ଶିକ୍ଷକ-ଶିକ୍ଷୟତ୍ରୀଂକ ସମେତ ବହୁ ମାନ୍ୟଗଣ୍ୟ ବ୍ଯକ୍ତି ଓ ଛାତ୍ରଛାତ୍ରୀ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷକଂକ ପ୍ରତି ଥିବା ସ୍ନେହ ଓ ଶ୍ରଦ୍ଧା ପ୍ରତିପାଦନ କରିଥିଲେ। ବଡକଥା ହେବା ଦୀର୍ଘ ବର୍ଷଧରି କାର୍ଯ୍ୟ କରି ମଧ୍ଯ ପେନସନ ବ୍ୟବସ୍ଥା ନଥିବାରୁ ଅବସର ପରେ ଅସନ୍ତୋଷ ବେଶ୍ ବାରି ହୋଇପଡିଥିଲା।






