Monday, April 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚିନ୍ତା ବଢ଼ାଉଛି ଜନସଂଖ୍ୟା, ୨୦୨୪ ସୁଦ୍ଧା ଚୀନକୁ ଟପିବ ଭାରତ

by ସଞ୍ଜୟ ସ୍ୱାଇଁ
July 11, 2021
in NATIONAL NEWS, Planning and Development
ଚିନ୍ତା ବଢ଼ାଉଛି ଜନସଂଖ୍ୟା, ୨୦୨୪ ସୁଦ୍ଧା ଚୀନକୁ ଟପିବ ଭାରତ
144
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଚିନ୍ତା ବଢାଉଛି ଜନସଂଖ୍ୟା । ବଢିବାରେ ଲାଗିଛି ଭାରତ ସମେତ ବିଶ୍ବର ଲୋକ ସଂଖ୍ୟା । ଆଜି ବିଶ୍ବ ଜନସଂଖ୍ୟା ଦିବସରେ ଜନସଂଖ୍ୟା ବୃଦ୍ଧିକୁ ନେଇ ବଢିଛି ଚିନ୍ତା । ୨୦୨୦ରେ ବିଶ୍ବର ଜନସଂଖ୍ୟା ୭୭୯ କୋଟି ଥିବା ବେଳେ କେବଳ ଭାରତର ଜନସଂଖ୍ୟା ରହିଛି ୧୩୮ କୋଟି । ଯାହାକି ବିଶ୍ବ ଜନସଂଖ୍ୟାର ୧୭.୭ ପ୍ରତିଶତ । ଯଦି ଏଭଳି ସଂଖ୍ୟା ବୃଦ୍ଧି ପାଏ ତେବେ ୨୦୨୪ ସୁଦ୍ଧା ଚୀନର ଜନସଂଖ୍ୟା ଠାରୁ ଟପିପାରେ ଭାରତ । ରିପୋର୍ଟ ଅନୁସାରେ, ଚୀନର ବର୍ତ୍ତମାନର ଜନସଂଖ୍ୟା ୧୪୧ କୋଟି ରହିଛି । ଦେଶରେ ଦୃତ ଗତିରେ ଜନସଂଖ୍ୟା ବୃଦ୍ଧି ପାଇବା ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏକ ରିପୋର୍ଟ ଅନୁସାରେ ଭାରତରେ ପ୍ରଜନନ ହାର ରହିଛି ୨.୨ ପ୍ରତିଶତ । କିନ୍ତୁ ବର୍ତ୍ତମାନର ସ୍ଥିତିକୁ ଦେଖିଲେ, ଯଦି ଏହି ସଂଖ୍ୟା ଆଗକୁ ବୃଦ୍ଧି ପାଏ ତେବେ ଜୀବନ ଜୀବିକା ଉପରେ ପକାଇପାରେ ପ୍ରଭାବ । ଏତେ ସବୁ ସଚେତନତା ପରେ ବି ଲୋକେ ପ୍ରଜନନ ଉପରେ ଦେଉଛନ୍ତି ଗୁରୁତ୍ବ । ଏହାର ପ୍ରଭାବ ଆର୍ଥିକ ସହ ସାମାଜିକ କ୍ଷେତ୍ର ଉପରେ ପଡୁଛି । ତେଣୁ ବର୍ଦ୍ଧିତ ଜନସଂଖ୍ୟାକୁ ରୋକିବାକୁ ହେଲେ ସରକାର ଏକ ଶକ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଜନସଂଖ୍ୟାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଦୁଇ ସନ୍ତାନ ନୀତି ଆପଣାଇବା ଦିଗରେ ଆଗୁଆ ପଦକ୍ଷେପ ନେଇଛନ୍ତି ଉତ୍ତରପ୍ରଦେଶ ଓ ଆସାମ ସରକାର ତେଣୁ ପ୍ରତ୍ୟେକ ରାଜ୍ୟ ଏହି ନୀତି ଆପଣାଇବାକୁ ଅପିଲ କରିଛନ୍ତି ବିଶେଷଜ୍ଞ ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!