Monday, March 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଇଟାଭାଟି ମାଲିକଠାରୁ ମିଳିଲା ମୁକ୍ତି

by ସଞ୍ଜୟ ସ୍ୱାଇଁ
May 22, 2025
in State
ଇଟାଭାଟି ମାଲିକଠାରୁ ମିଳିଲା ମୁକ୍ତି
85
VIEWS
Share on FacebookShare on Twitter

ଗଞ୍ଜାମ, (ବାଘୁଆବାର୍ତ୍ତା): ଭିଡିଓ ଭାଇରାଲ ପରେ ଉଦ୍ଧାର ହେଲେ ଶ୍ରମିକ । ମିଳିଲା ଇଟାଭାଟି ମାଲିକ ଅତ୍ୟାଚାରରୁ ମୁକ୍ତି । ଗତ ମେ’ ୧୭ ତାରିଖରେ ଗଞ୍ଜାମ ଆସିକା ବ୍ଲକ କୋଟିନଡ଼ା ଥାନା ଅଞ୍ଚଳର ଏକ ଭିଡିଓ ଭାଇରାଲ ହୋଇଥିଲା। କିଛି ଶ୍ରମିକ ଉଦ୍ଧାର ପାଇଁ ସରକାରଙ୍କୁ ହାତ ଯୋଡ଼ି ଆକୁଳ ନିବେଦନ କରୁଥିଲେ । ଇଟାଭାଟି ମାଲିକଙ୍କ ଦୌରାତ୍ମ୍ୟ ସମ୍ପର୍କରେ ବଖାଣିଥିଲେ । ସେହି ଭିଡିଓ ଭାଇରାଲ ହେବା ପରେ ଶ୍ରମିକଙ୍କୁ ଉଦ୍ଧାର କରିଛି ପୁଲିସ ଓ ଶ୍ରମ ବିଭାଗର ମିଳିତ ଟିମ୍ । ଏହି ଶ୍ରମିକମାନେ ହେଉଛନ୍ତି ବଲାଙ୍ଗୀର ଜିଲ୍ଲାର । ପେଟପାଟଣା ପାଇଁ ଗଞ୍ଜାମର ବିଭିନ୍ନ ଇଟାଭାଟିରେ କାମ କରୁଥିଲେ । ହେଲେ ଇଟାଭାଟି ମାଲିକ କାମ କରାଇବା ନାଁରେ ଶ୍ରମିକଙ୍କ ଉପରେ ନାନା ଅତ୍ୟାଚାର କରୁଥିଲା । ପାଉଣା ଦେଉନଥିଲେ କି ଘରକୁ ଛାଡ଼ୁନଥିବା ଅଭିଯୋଗ ହୋଇଛି । ଇଟାଭାଟି ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଗଞ୍ଜାମରେ ଗଢ଼ି ଉଠିଛି ଶହଶହ ବେଆଇନ ଇଟାଭାଟି । ଅନେକ ସ୍ଥାନରେ ନାବାଳକ ନାବାଳିକା ପରିବାର ସହ ଇଟାଭାଟିରେ କାମ କରୁଛନ୍ତି । ହେଲେ ଏ ବାବଦରେ କୌଣସି ତଥ୍ୟ ଶ୍ରମ ବିଭାଗ କି ସ୍ଥାନୀୟ ପ୍ରଶାସନ ପାଖରେ ନାହିଁ । ତୁରନ୍ତ ଏହାକୁ ରୋକିବା ପାଇଁ ସାଧାରଣରେ ଦାବି ହୋଇଛି ।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!