Friday, November 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ବିଚ୍‌ ରାସ୍ତାରେ ପିଟି ପିଟି ମାରିଦେଲେ

by ସଞ୍ଜୟ ସ୍ୱାଇଁ
November 21, 2024
in Crime, State
ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ବିଚ୍‌ ରାସ୍ତାରେ ପିଟି ପିଟି ମାରିଦେଲେ
62
VIEWS
Share on FacebookShare on Twitter

ମାଲକାନଗିରି, (ବାଘୁଆବାର୍ତ୍ତା): ଦୀର୍ଘ ୧୫ ବର୍ଷ ହେଲା ନିଜ ଅପରାଧ ସାମ୍ରାଜ୍ୟ ବିସ୍ତାର କରି ରାଜ କରୁଥିଲେ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ୨୫ରୁ ଉର୍ଦ୍ଧ ଅପରାଧିକ ମାମଲା ତାଙ୍କ ନାମରେ ରହିଛି । ଏଥିସହ ଜିଲ୍ଲାର ୧୦ଟି ଥାନା ତାଙ୍କୁ ଖୋଜିବାରେ ବିଫଳ ହୋଇଥିଲା। ପୁଲିସ୍‌କୁ ଚକମା ଦେଇ ରାତିର ଅନ୍ଧକାରରେ ସେ ନିଜ କ୍ରାଇମ ନେଟୱର୍କକୁ ଚଳାଉଥିଲେ। ଏପରି ଜଣେ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ଗତ ରାତିରେ କିଛି ଯୁବକ ବିଚ୍‌ ରାସ୍ତା ଅତି ନିର୍ମମ ଭାବେ ପିଟି ପିଟି ମାରି ଦେଇଛନ୍ତି। ଏପରି ଏକ ଘଟଣା ଗତ ରାତିରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅଧୀନରେ ଘଟିଛି। ଅପରପକ୍ଷ ଆକ୍ରମଣରେ ପ୍ରାଣ ହରାଇଥିବା ଦୁର୍ଦ୍ଦାନ୍ତ ଅପରାଧିଜଣକ ଅନନ୍ତ ପଟ୍ଟନାୟକ ବୋଲି ଜଣାଯାଇଛି। ତାଙ୍କ ଘର ଆସିକା କୋଟିନଡା ଥାନା ଅନ୍ତର୍ଗତ କଲେଜ ଛକ ନିକଟରେ ବୋଲି ଜଣାଯାଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି। ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ ପଟ୍ଟନାୟକଙ୍କ ସମେତ ୩ ଜଣ ଗତ ରାତିରେ ଏକ ବାଇକ୍‌ ଯୋଗେ ଯାଉଥିବା ବେଳେ ପଛରୁ ଏକ ବୋଲେରୋରେ ତାଙ୍କ ପିଛା କରିଥିଲା। କିଛି ସମୟ ପରେ ବୋଲୋରୋଟି ବାଇକ୍‌ ଆଗରେ ଛିଡ଼ା ହୋଇଥିଲା। ବାଇକ୍‌ଟି ରହିଯିବାରୁ ବୋଲେରୋରୁ କିଛି ଯୁବକ ଓହ୍ଲାଇ ଅନନ୍ତ ପଟ୍ଟନାୟକଙ୍କୁ ରାସ୍ତାକୁ ଟାଣି ଆଣି ପ୍ରବଳ ମାଡ଼ ମାରିଥିଲେ। ଏପରିକି ଅନନ୍ତ ପିନ୍ଧିଥିବା ହେଲମେଟକୁ ସେମାନେ ପ୍ରବଳ ମାଡ଼ ମାରିବାରୁ ତାହା ଭାଙ୍ଗି ଚୁରମାର ହୋଇ ଯାଇଛି। ଶେଷରେ ସେମାନେ ଅନନ୍ତଙ୍କୁ ଘୋଷାଡି ନେଇ ପ୍ରବଳ ପିଟିଥିଲେ। ଫଳରେ ତାଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଆଉ ଘଟଣାସ୍ଥଳରେ ହିଁ ଛଟପଟ ହୋଇ ଅନନ୍ତଙ୍କ ମୃତ୍ୟୁ ହୋଇଥିଲା। ଏହା ଦେଖି ଅନନ୍ତଙ୍କ ସହ ବାଇକ୍‌ରେ ଥିବା ଦୁଇ ଜଣ ନିଜ ପ୍ରାଣ ବଞ୍ଚାଇବା ପାଇଁ ଘଟଣାସ୍ଥଳରୁ ଦୌଡ଼ି ପଳାଇ ଯାଇଥିଲେ ଏବଂ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ସେରଗଡ଼ ମେଡିକାଲକୁ ପଠାଇଥିଲା। ଏଥିସହ ଅନନ୍ତଙ୍କ ଘର ଲୋକଙ୍କୁ ଖବର ଦେଇଥିଲା। ପୁଲିସ ଅନନ୍ତ ସହ ଥିବା ଦୁଇ ଜଣକୁ ଅଟକ ରଖି ଘଟଣା ବିଷୟରେ ଅଧିକ ଖୋଳତାଡ଼ କରୁଛି। ସୂଚନା ଥାଉ କି ଅନନ୍ତଙ୍କ ଵିରୋଧରେ ଜାତୀୟ ନିରାପତ୍ତା ଆଇନି ଲାଗୁ ହୋଇଥିଲା। ଏପରିକି ଗଂଜାମ ଜିଲ୍ଲାର ବିଭିନ୍ନ ଥାନାରେ ୨୫ରୁ ଉର୍ଦ୍ଧ ଅପରାଧିକ ମାମଲା ତାଙ୍କ ନାମରେ ରହିଛି l ହତ୍ୟା ,ହତ୍ୟା ଉଦ୍ୟମ,ବମିଂ ,ଚୋରି ରାହଜାନି, ଡକାୟତି ସହ ଅlର୍ମ ଆକ୍ଟ ଲାଗିଛି l ଦୀର୍ଘଦିନ ହେଲା ଜିଲ୍ଲାର ୧୦ଟି ଥାନା ଅନନ୍ତଙ୍କୁ ଖୋଜିବାରେ ବିଫଳ ହୋଇଥିବା ବେଳେ ପୁଲିସକୁ ଚକମା ଦେବାରେ ଅନନ୍ତ ସଫଳ ହେଉଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!