Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦଳିତ ଆଦିବାସୀମାନଙ୍କ ଦ୍ୱାରା ବାଲିଅନ୍ତା ଥାନା ଘେରାଉ

by ସଞ୍ଜୟ ସ୍ୱାଇଁ
September 28, 2021
in State
ଦଳିତ ଆଦିବାସୀମାନଙ୍କ ଦ୍ୱାରା ବାଲିଅନ୍ତା ଥାନା ଘେରାଉ
32
VIEWS
Share on FacebookShare on Twitter

ବାଲିପାଟଣା, (ବାଘୁଆବାର୍ତ୍ତା): ଦଳିତ ଏବଂ ଆଦିବାସୀମାନଙ୍କ ଦ୍ବାରା ମଙ୍ଗଳବାର ବାଲିଅନ୍ତା ଥାନା ଘେରାଉ କରାଯାଇଛି । କିଛି ଦିନ ପୂର୍ବେ ବାଲିଅନ୍ତା ଥାନା ସରକଣା ଗ୍ରାମ ଉପରମୁଣ୍ଡ ସାହିରେ ପୋଖରୀକୁ ଆବର୍ଜନା ଜଳ ଛାଡିବାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏହି ଘଟଣାରେ ପୋଲିସ ୪ ଜଣ ଦଳିତ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହାକୁ ବିରୋଧ କରି ଦଳିତମାନେ ବାଲିଅନ୍ତା ଥାନାରେ ପ୍ରତିବାଦ କରିବା ସହ ବିକ୍ଷୋଭ କରିଥିଲେ । ବିଭିନ୍ନ ସମୟରେ ପୋଲିସ ଦଳିତମାନଙ୍କ ପ୍ରତି ଅବିଚାର କରୁଥିବା ଏମାନେ ଅଭିଯୋଗ ଆଣିଛନ୍ତି । ସେପଟେ ଥାନାରେ ପ୍ରତିବାଦ କରୁଥିବା ଦଳିତମାନେ ଅଯଥା ପୋଲିସ କାର୍ୟ୍ୟରେ ବାଧା ସୃଷ୍ଟି କରୁଥିବା କିଛି ସ୍ଥାନୀୟ ନେତା ଅଭିଯୋଗ ଆଣିଛନ୍ତି । ଏହାକୁ ନେଇ ସ୍ଥାନୀୟ ନେତାମାନେ ଭୁବନେଶ୍ବର ଡିସିପିଙ୍କୁ ଏକ ଲିଖିତ ଦାବିପତ୍ର ଦେଇଛନ୍ତି । ବାହାର ଅଂଚଳର କିଛି ଦଳିତ ନେତା ପ୍ରତ୍ୟକ୍ଷ ସ୍ଵାର୍ଥ ପାଇଁ ଛୋଟ ଛୋଟ ଘଟଣାକୁ ନେଇ ଏଭଳି ପ୍ରସଙ୍ଗ କରୁଥିବା ଅଭିଯୋଗ ହୋଇଛି । ସମସ୍ତ ଘଟଣାର ତଦନ୍ତ କରାଯିବା ସହ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସିପି ରଜତ ରାୟ କହିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!