ନୟାଗଡ଼, (ବାଘୁଆବାର୍ତ୍ତା): ପଞ୍ଚାୟତ ନିର୍ବାଚନ ପୂର୍ବରୁ ଚାଲିଛି ପଞ୍ଚାୟତ ସ୍ତରରେ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଥଇଥାନ ପକ୍ରିୟା । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନୟାଗଡ଼ ଜିଲ୍ଲାର ୮ଟି ବ୍ଲକ୍ ଅଧିନରେ ଥିବା ପଞ୍ଚାୟତ ଗୁଡିକରେ କାର୍ଯ କରୁଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଅଦଳ ବଦଳ କରାଯାଇଛି । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପ୍ରଥମ ପର୍ଯ୍ୟାୟ ବଦଳିରେ ଜିଲ୍ଲାର ବିଭିନ୍ନ ପଞ୍ଚାୟତରୁ ୪୪ଜଣଙ୍କୁ ବଦଳି କରାଯାଇଛି । ବଦଳି ହୋଇଥିବା କପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ହେଲେ, ପ୍ରତାପ ନାୟକଙ୍କୁ ରଣପୁର ବ୍ଲକରୁ ନୂଆଗାଁ ବ୍ଲକକୁ, ମହେନ୍ଦ୍ର କୁମାର ବାରିକ, ଗଙ୍ଗାଧର ପ୍ରଧାନ, ଲକ୍ଷ୍ମୀଧର ସ୍ୱାଇଁଙ୍କୁ ରଣପୁର ବ୍ଲକରୁ ଓଡ଼ଗାଁ ବ୍ଲକ୍, ବସନ୍ତ କୁମାର ଜେନା, ଚିତ୍ତରଂଜନ ଆଚାର୍ଯ୍ୟଙ୍କୁ ରଣପୁରରୁ ଖଣ୍ଡପଡ଼ା ବ୍ଲକ, ରବିନ୍ଦ୍ର କୁମାର ସ୍ୱାଇଁଙ୍କୁ ରଣପୁର ବ୍ଲକରୁ ନୟାଗଡ଼ ବ୍ଲକକୁ ବଦଳି କରାଯାଇଥିବା ବେଳେ ନୂଆଗାଁ ବ୍ଲକରୁ ପଦ୍ମ ଚରଣ ବିଶ୍ୱାଳ ଓ ବିମ୍ବାଧର ନାୟକଙ୍କୁ ଭାପୁର ବ୍ଲକକୁ, ଗୀତା ନାୟକ, ପ୍ରକାଶିନୀ ନାୟକଙ୍କୁ ଖଣ୍ଡପଡ଼ା ବ୍ଲକ୍, କଳ୍ପନା ବେହେରାଙ୍କୁ ଦଶପଲ୍ଲା ବ୍ଲକକୁ ଓ ପ୍ରଶନ୍ନ କୁମାର ତାରେଣିଆଙ୍କୁ ରଣପୁର ବ୍ଲକକୁ ବଦଳି କରାଯାଇଛି । ଖଣ୍ଡପଡ଼ା ବ୍ଲକ୍ ଅଧିନରେ କାର୍ଯ୍ୟ କରୁଥିବା ମଳୟ ରଂଜନ ପଟ୍ଟନାୟକ, କୈଳାସ ଚନ୍ଦ୍ର ପ୍ରଧାନ, ଦାସରଥି ନାୟକ, କୃଷ୍ଣଚନ୍ଦ୍ର ସାହୁଙ୍କୁ ରଣପୁର ବ୍ଲକକୁ, ପୁରୁଷତ୍ତୋମ ସାହୁଙ୍କୁ ଓଡ଼ଗାଁ ବ୍ଲକକୁ, ପ୍ରଭାକର ମିଶ୍ର, ସନ୍ତୋଷ କୁମାର ଷଡ଼ଙ୍ଗୀଙ୍କୁ ନୟାଗଡ଼ ବ୍ଲକକୁ ଓ ଗୋବର୍ଦ୍ଧନ ଦାସଙ୍କୁ ଭାପୁର ବ୍ଲକକୁ ବଦଳି କରାଯାଇଛି । ନୟାଗଡ଼ ବ୍ଲକରୁ ଗୋଲେଖ ବିହାରୀ ମାଝିଙ୍କୁ ନୂଆଗାଁ ବ୍ଲକକୁ, ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଦଶପଲ୍ଲା ଓ କୈଳାସ ଚନ୍ଦ୍ର ମହାପାତ୍ରଙ୍କୁ ଗଣିଆ ବ୍ଲକକୁ ବଦଳି କରାଯାଇଛି । ଓଡ଼ଗାଁ ବ୍ଲକର ଯଦୁମଣୀ ପଟ୍ଟନାୟକ, ଦେବରାଜ ବିଶ୍ୱାଳ, ତ୍ରିନାଥ ପରୀଡାଙ୍କୁ ଖଣ୍ଡପଡ଼ା, ବିଭୂତି ଭୂଷଣ ପରୀଡା, ପ୍ରଶାନ୍ତ କୁମାର ବେହେରାଙ୍କୁ ରଣପୁର ବ୍ଲକ, ସୁଶାନ୍ତ କୁମାର ସାହୁ, ବସନ୍ତ କୁମାର ପଣ୍ଡାଙ୍କୁ ନୂଆଗାଁ ବ୍ଲକ୍, କୃଷ୍ଣଚନ୍ଦ୍ର ମହାକୁଡ, ସତ୍ୟବାଦୀ ବେହେରାଙ୍କୁ ଗଣିଆ ବ୍ଲକକୁ ବଦଳି କରାଯାଇଛି । ଗଣିଆ ବ୍ଲକର ଗୋପିନାଥ ବେହେରାଙ୍କୁ ନୂଆଗାଁ ବ୍ଲକ, ମାଧବ ପ୍ରଧାନ ଓ ଜିତେନ୍ଦ୍ର କୁମାର ପ୍ରଧାନଙ୍କୁ ଦଶପଲ୍ଲା ବ୍ଲକକୁ, ଲକ୍ଷ୍ମୀଧର ବେହେରାଙ୍କୁ ଓଡ଼ଗାଁ ବ୍ଲକକୁ ଓ ବିଜୟ କୁମାର ବେହେରାଙ୍କୁ ଖଣ୍ଡପଡ଼ା ବ୍ଲକକୁ ବଦଳି କରାଯାଇଛି । ସେହିପରି ଭାପୁର ବ୍ଲକର ଅଶୋକ କୁମାର ସେଠୀ ଓ ପଦ୍ମ ଚରଣ ଭଟ୍ଟଙ୍କୁ ରଣପୁର ବ୍ଲକକୁ, ପ୍ରଫୁଲ୍ଲ କୁମାର ଦାସଙ୍କୁ ଓଡ଼ଗାଁ ବ୍ଲକକୁ ବଦଳି କରାଯାଇଛି । ଦଶପଲ୍ଲା ବ୍ଲକର ହରିହର ରାଉତଙ୍କୁ ଗଣିଆ ଓ ଶଙ୍କର ଚରଣ ସାହୁଙ୍କୁ ଓଡ଼ଗାଁ ବ୍ଲକକୁ ବଦଳି କରାଯାଇଛି । ବଦଳି ହୋଇଥିବା ବିଭିନ୍ନ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ତୁରନ୍ତ ରିଲିଫ୍ କରିବା ପାଇଁ ୮ଟି ବ୍ଲକର ବ୍ଲକ୍ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ବିଶେଷ ସୁତ୍ରରୁ ସୂଚନା ମିଳିଛି ।





