Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଧାନର ଏମଏସପି ବଢ଼ିଲା

by ସଞ୍ଜୟ ସ୍ୱାଇଁ
June 9, 2021
in NATIONAL NEWS
ଧାନର ଏମଏସପି ବଢ଼ିଲା
181
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଖରିଫ୍ ଚାଷ ପାଇଁ କେନ୍ଦ୍ର ସରକାର ଆଜି ବିଭିନ୍ନ ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ବିଭିନ୍ନ ଖାଦ୍ୟଶସ୍ୟର ଏମଏସପି ବୃଦ୍ଧି ଉପରେ କେନ୍ଦ୍ର କ୍ୟାବିନେଟ୍ ମୋହର ମାରିଛି । କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ, ଦାନର ଏମଏସପି ଗତବର୍ଷ ତୁଳନାରେ ଚଳିତ ବର୍ଷ ଧାନର କ୍ୱିଣ୍ଟାଲ ପିଛା ୭୨ଟଙ୍କା ବୃଦ୍ଧି କରାଯାଇଛି । ଚାଷିମାନେ ୨୦୨୦-୨୧ଆର୍ଥିକ ବର୍ଷରେ ଧାନ କ୍ୱିଣ୍ଟାଲ ପିଛା ୧୮୬୮ ଟଙ୍କାରେ ବିକ୍ରି କରିଥିଲେ । କେନ୍ଦ୍ର ସରକାର ଧାନର ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୭୨ଟଙ୍କା ବୃଦ୍ଧି କରିବା ପରେ ଆଗାମୀ ଦୀନରେ ଧାନ କ୍ୱିଣ୍ଟାଲ ପ୍ରି ୧୯୪୦ଟଙ୍କାରେ ଚାଷିମାନେ ବିକ୍ରି କରିବେ ବୋଲି ଜଣାପଡିଛି । ଧାନ ବ୍ୟତିତ ରାଶି, ବାଜରା ଓ ବିରିର ଏମଏସପି ମଧ୍ୟ ବୃଦ୍ଧି କରାଯାଇଥିବା ଜଣାପଡିଛି । କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସୂଚନା ଦେଇଛନ୍ତି । ପୂର୍ବବର୍ଷ ତୁଳନାରେ ସର୍ବାଧିକ ଏମଏସପି ରାଶି, ବିରି ଓ ହରଡ଼ ଉପରେ ବୃଦ୍ଧି କରାଯାଇଛି । ରାଶି କ୍ୱିଣ୍ଟାଲ ପ୍ରତି ୪୫୨ଟଙ୍କା, ବିରି ଓ ହରଡ଼ କ୍ୱିଣ୍ଟାଲ ପ୍ରତି ୩୦୦ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ବର୍ତ୍ତମାନ ବିରି ଓ ହରଡ଼ କ୍ୱିଣ୍ଟାଲ ପ୍ରତି ୬୩୦୦ଟଙ୍କା ହୋଇଛି । ବାଜରା ୧୧୮ଟଙ୍କା ବୃଦ୍ଧି ପାଇ କ୍ୱିଣ୍ଟାଲ ପିଛା ୨୨୫୦ଟଙ୍କାରେ ପହଞ୍ଚିଛି । କେହି ବି ଏମଏସପି ନେଇ ଦ୍ୱନ୍ଦରେ ରହିବା କଥା । ଏହା ଚାଲିଛି ଓ ଆଗକୁ ମଧ୍ୟ ଚାଲିବ । ଏମଏସପି ଜାରି ରହିବ ବୋଲି ଏହାର ଦର ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି । ଏମଏସପିକୁ ନେଇ ଆଇନଗତ ମାନ୍ୟତା ଓ ୩କୃଷି ଆଇନକୁ ଉଚ୍ଛେଦ କରିବାକୁ ଦୀର୍ଘ ମାସ ଧରି ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ବେଳେ କେନ୍ଦ୍ର ସରକାର ଧାନ ଓ ଅନ୍ୟାନ୍ୟ ଡାଲି ଜାତୀୟ ଦ୍ରବ୍ୟ ଉପରେ ଏମଏସପି ବୃଦ୍ଧି କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!