ନୟାଗଡ଼,(ବାଘୁଆବାର୍ତ୍ତା): ରଙ୍କଦେଉଳି ପଞ୍ଚାୟତ ପିଡ଼ିଏସ ଚାଉଳ ହେରଫେର କରିବା ଘଟଣାରେ ଡିଲର ତ୍ରିନାଥ ନାୟକଙ୍କୁ ଆଜି ନିଲମ୍ବନ କରାଯାଇଛି । ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ନିଲମ୍ବନ ଆଦେଶ ଦେବା ସହ କାହିଁକି ଲାଇସେନ୍ସ ରଦ୍ଦ କରାନଯିବ ସେ ନେଇ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଏନେଇ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଜୟନ୍ତ କୁମାର ଦାଶ ସୂଚନା ଦେଇଛନ୍ତି । କିଛିଦିନ ତଳେ ଚୋରା ପିଡ଼ିଏସ ଚାଉଳ ଲୋଡ଼ ମିନିଟ୍ରକ ରଙ୍କଦେଉଳି ଗ୍ରାମର କିଛିଲୋକ ଜବତ କରି ରଣପୁର ପୁଲିସ ଜିମା ଦେଇଥିଲେ ।






