ନୟାଗଡ଼, (ବାଘୁଆବାର୍ତ୍ତା) : ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଏହାକୁ ନେଇ ନୟାଗଡ଼ ଜିଲ୍ଲା ପ୍ରଶାସନ ମଧ୍ୟରେ ଛନକା ସୃଷ୍ଟି ହୋଇଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ, ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍ଡି, ମହାନଦୀ ବନ୍ୟାପ୍ରାଣୀ ଡିଭିଜନ ବନଖଣ୍ଡ ଅଧିକାରୀ ହର୍ଷବର୍ଦ୍ଧନ ଉଦ୍ଗାତାଙ୍କ ସମେତ ଡିଆରିଏର କିଛି କର୍ମଚାରୀ ଗୃହ ସଂଗରୋଧରେ ରହିଥିବା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ରାୟ ସୂଚନା ଦେଇଛନ୍ତି । ଏଥିସହିତ ସଂଗରୋଧରେ ରହିଥିବା ସମସ୍ତଙ୍କର ସ୍ୱାବ ପରୀକ୍ଷା କରାଯିବ ବୋଲି ପିଡି କହିଛନ୍ତି । ଗତକାଲିି ନୟାଗଡ଼ ଡିଆର୍ଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏନ୍ଆର୍ଇଜିଏସ୍ ସମୀକ୍ଷା ବୈଠକରେ ଖୋର୍ଦ୍ଧା ଡିଏଫ୍ଓ ଯୋଗ ଦେଇ ନୟାଗଡ଼ରୁ ଫେରିବା ପରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଏହି ଘଟଣା ଜଣାପଡ଼ିବା ପରେ ଡିଆର୍ଡିଏ କାର୍ଯ୍ୟାଳୟ ଏବଂ ଦୁଇ ବନଖଣ୍ଡ କାର୍ଯ୍ୟାଳୟ ଖାଁ ଖାଁ ସୃଷ୍ଟି ହୋଇଥିବା ଜଣାଯାଇଛି ।





