ନୟାଗଡ଼, (ବାଘୁଆବାର୍ତ୍ତା) : ଓଡ଼ିଶା ଜୀବିକା ମିସନ୍ ଅଧିନରେ ରଣପୁର ବ୍ଲକରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ଆଜି କରାଯାଇଛି । ନୟାଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ସୁବାସ ଚନ୍ଦ୍ର ରାୟ ଯୋଗ ଦେଇ ଓଏଲ୍ଏମ୍ ଦ୍ୱାରା ପରିଚାଳିତ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ଗ୍ରାମ ପଂଚାୟତସ୍ତରୀୟ ମହାସଂଘ ଜରିଆରେ ସ୍ୱଂୟ ସହାୟିକ ଗୋଷ୍ଠୀର ସଦସ୍ୟ ତଥା ହିତାଧିକାରୀଙ୍କୁ ୧ ଲକ୍ଷ ୨୬ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିବା ଜଣାଯାଇଛି । ଏସ୍ଏଚ୍ଜି ଦ୍ୱାରା କରାଯାଇଥିବା ଛତୁ ଚାଷ, କୁକୁଡ଼ା ଚାଷ, ପରିବା ଚାଷ ପ୍ରଭୃତିକୁ ପିଡି ବୁଲି ଦେଖିଥିବା ଜଣାଯାଇଛି । ଓଏଲ୍ଏମ୍ ଜିଲ୍ଲା ପ୍ରକଳ୍ପ ପରିଚାଳକ ସଞ୍ଜୟ ମହାପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ ।






