ନୟାଗଡ଼,(ବାଘୁଆବାର୍ତ୍ତା): ସହରରେ ମାତିଛନ୍ତି ପାଉ ବ୍ୟବସାୟୀ । ତେଣୁ ପୁଲିସ ପାଇଁ ଏହା କଡ଼ା ଚ୍ୟାଲେଞ୍ଜ ରହିଥିବା ଜଣାପଡିଥିବା ବେଳେ ଆଜି ୩୫୦ଗ୍ରାମ ପାଉ ଜବତ କରିବା ସହିତ ୧୬ଜଣଙ୍କୁ ଗିରଫ କରିବାରେ ବଡ଼ ସଫଳତା ହାସଲ କରିଛି ପୁରୀ ପୁଲିସ । ସୂଚନାନୁସାରେ, ପୁରୀ ସହରରେ ପାଉ କାରବାର ବଢି ଚାଲିଥିବା ବେଳେ ପୁରୀ ଏସପି ଡ଼ କେ. ବିଶାଲ ସିଂଙ୍କ ପାଇଁ କଡ଼ା ଚ୍ୟାଲେଞ୍ଜ ଥିଲା । ତେଣୁ ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରି ୩୫୦ଗ୍ରାମ ପାଉ(ବ୍ରାଉନ ସୁଗାର)ଜବତ କରିଥିବା ବେଳେ ୧୬ଜଣଙ୍କୁ ଗିରଫ କରିଛି । ସେଥି ମଧ୍ୟରୁ ୨ଜଣ ମୁଖ୍ୟ ଯୋଗାଣକାରୀ ଥିବା ରହିଥିବା ବେଳେ ସେମାନଙ୍କ ଠାରୁ ଗୋଟିଏ କାର ଓ ଗୋଟିଏ ସ୍କୁଟି ଜବତ କରାଯାଇ ଥିବା ପୁରୀ ପୁଲିସ ପକ୍ଷରୁ ସୂଚନା ମିଳିଛି ।