ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ରୁ ପ୍ରକାଶିତ ତଥା କଳା,ସଂସ୍କୃତି,ସାହିତ୍ୟ ଏବଂ ସଙ୍ଗୀତ କ୍ଷେତ୍ରରେ ଏକ ଭିନ୍ନ ରୁଚିର ସ୍ୱାକ୍ଷର ବହନ କରୁଥିବା ମାସିକ ପତ୍ରିକା ‘ପୁଷ୍ପାଞ୍ଜଳି’ର ମାର୍ଚ୍ଚ ସଂସ୍ମରଣ ମା’ଦକ୍ଷିଣକାଳୀଙ୍କ ପୀଠରେ ଉନ୍ମୋଚିତ ହୋଇଯାଇଛି । ପତ୍ରିକାର ସଂପାଦକ କବି ନିର୍ମଳ ଚନ୍ଦ୍ର ଶୂରଦେଓ,ଶିକ୍ଷାବିତ ତଥା ସମାଜସେବୀ ନିରଞ୍ଜନ ମିଶ୍ର,ବେତାର କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ,ଜିଲ୍ଲା ଲେଖକ ପରିଷଦ ସମ୍ପାଦକ ଶେଖ ଅବଦୁଲ ଖାଲିକ,ପତ୍ରିକାର ସହ-ସମ୍ପାଦକ ଗୋପୀନାଥ ସେଠୀ,ରାଜକିଶୋର ସାହୁ,ଗୋପୀନାଥ ପରିଡ଼ା ତଥା ପତ୍ରକାର ଲକ୍ଷ୍ମୀଧର ସାହୁ ପ୍ରମୁଖ ଏହି ଉନ୍ମୋଚନ ଉତ୍ସବରେ ଉପସ୍ଥିତ ଥିଲେ । ଏହି ଅବସରରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ପୁରାତନ ଏବଂ ନୂତନ ସାହିତ୍ୟର ଲେଖନ ଶୈଳୀରେ ରହୁଥିବା ପାର୍ଥକ୍ୟ ଏବଂ ଶବ୍ଦ ବିନ୍ୟାସ ଉପରେ ବ୍ୟାପକ ଆଲୋଚନା ୍କରାଯିବା ସହ ପୁରାତନ ଲେଖକ ଶୈଳୀ କାଳକ୍ରମେ ହଜିଯାଉଥିବା ସଂପର୍କରେ ଉପସ୍ଥିତ ଅତିଥିମାନେ ଆଲୋଚନା କରିଥିଲେ । ପତ୍ରିକାରେ ପ୍ରକାଶ ପାଇଥିବର ପ୍ରତିଟି ଗଳ୍ପ ଏବଂ କବିତାର ସୁନ୍ଦର ବିଶ୍ଳେଷଣ ସହ-ସମ୍ପାଦକ ଶ୍ରୀଯୁକ୍ତ ସେଠୀ ଅତି ଚମକ୍ରାର ଭାବେ ବର୍ଣ୍ଣନା କରିଛନ୍ତି ।





