ଦଶପଲ୍ଲା, (ବାଘୁଆବାର୍ତ୍ତା): ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଶନିବାର ଦିନ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଧାୟକ ରମେଶଚନ୍ଦ୍ର ବେହେରା, ଏନଏସି ଅଧ୍ଯକ୍ଷା ପୁନମ୍ ପ୍ରିୟଦର୍ଶିନୀ, ମେଡିକାଲ ଇନଚାର୍ଜ ସନ୍ଦିପ କୁମାର ସ୍ୱାଇଁ, ଡା. ଜଗନ୍ନାଥ ଦାଶ, ଡା. ନବକିଶୋର ସ୍ୱାଇଁଙ୍କ ସମେତ ସମିତିର କର୍ମକର୍ତ୍ତା ଯୋଗଦେଇଥିଲେ। ବୈଠକରେ ଆମ ହସ୍ପିଟାଲ ଯୋଜନାର କାର୍ଯ୍ୟ, ଶବ ବ୍ଯବଛେଦ ଗ୍ରୁହ, ବ୍ଲଡ ବ୍ଯାଙ୍କ, ସାଂସଦ ପାଣ୍ଠି ଆମ୍ବୁଲାନ୍ସ ସେବା ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇ ଏସବୁର ସଫଳତା ପାଇଁ ବିଭିନ୍ନ ସ୍ତରରେ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।





