ରଣପୁର, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଅଞ୍ଚଳରେ ଲଘୁଜାତ ଖଣିଜ ପଦାର୍ଥ ର ଅନେକ ବେଆଇନ ଖଣି ଚାଲିଛି। ଖଣି ନିତୀ ପରିବର୍ତ୍ତନ ପରେ ଲଘୁଜାତ ଖଣିଜ ପଦାର୍ଥର ଦାୟିତ୍ଵ ରାଜସ୍ୱ ବିଭାଗ ହାତରୁ ଖଣି ବିଭାଗ କୁ ଚାଲିଯାଇଥିଲା। ଖଣି ବିଭାଗ କର୍ମଚାରୀ ଅଭାବ ଆଳ ଦେଖାଇ ଚୁପ୍ ରହିଥିଲେ। ବିଶେଷତ ଖଣି ଗୁଡ଼ିକ ଚାନ୍ଦପୁର ଥାନା ଅଞ୍ଚଳରେ ରହିଛି। ତେଣୁ ଚାନ୍ଦପୁର ଥାନା ପୋଲିସ୍ କୁ ହାତ କରି ଖଣି ମାଫିଆ ମାନେ ମାଙ୍କଡ଼ା ପଥର ଲୁଟି ଚାଲିଥିଲେ।
ଏବେ ଲଘୁଜାତ ଖଣିଜ ପଦାର୍ଥ ରାଜସ୍ୱ ବିଭାଗ ହାତକୁ ଆସି ନଥିଲେ ମଧ୍ୟ ଆବାଦଯୋଗ୍ୟ ଅନାବାଦୀ ସରକାରୀ ଚୋରା ଖଣି ଚାଲୁଥିବାରୁ ରଣପୁର ତହସିଲଦାର ଆର୍ଯ୍ୟ କୁମାର ସର୍ଭଦମନ ପଦକ୍ଷେପ ଆରମ୍ଭ କରି ଝାରପଡ଼ା ରାଜସ୍ୱ ମଣ୍ଡଳ ଜଙ୍କିଆ ଚୋରା ମାଙ୍କଡ଼ା ପଥର ଖଣି ରେ ପୋଲିସ ସହଯୋଗ ନେଇ ଜାନୁଆରୀ ୧୩ ତାରିଖ ସନ୍ଧ୍ୟା ରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଏକ ପଥରକଟା ମେସିନ୍ ଜବତ କରିଥିବା ଜଣାପଡିଛି। ଅନ୍ଧାର ର ସୁଯୋଗ ନେଇ ପଥର କଟାଳି ମାନେ ଫେରାର ହୋଇଯାଇଥିବା ସୂଚନା ମିଳିଛି। ତହସିଲଦାର ସର୍ଭଦମନ ଙ୍କ ଏଭଳି ଚଢ଼ାଉ ଦେଖି ଚୋରା ମାଙ୍କଡ଼ା ପଥର କଟାଳି ମାନେ ଭୟଭୀତ ହୋଇ ପଡିଥିବା ଜଣାପଡିଛି।