ଓଡ଼ଗାଁ, (ବାଘୁଆବାର୍ତ୍ତା) : ଓଡ଼ଗାଁ ତହସିଲଦାର୍ ବିଜୟିତା ସାମାନ୍ତସିଂହାର ଆଜି ଓଡ଼ଗାଁ ଅଂଚଳରେ ଥିବା ଏକ ପଥର ଖଣିରେ ଚଢ଼ାଉ କରି ୯୦ ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ଚଢ଼ାଉ ସମୟରେ ଖଣିରେ ଏକ ମିନିଟ୍ରକ, ଜେସିବି ଏବଂ କଟର ମେସିନକୁ ଜବତ କରାଯାଇଥିବା ବେଳେ ତିନଟି ଗାଡ଼ି ବାବଦ ୯୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । କୁରାଳ ଏବଂ କୋମଣ୍ଡ ଅଂଚଳରେ ବ୍ୟାପକ ମାଙ୍କଡ଼ା ପଥର କାରବାର ଚାଲିଥିବା ବେଳେ ପ୍ରଶାସନ ବହୁବାର ଜୋରିମାନା ଆଦାୟ କରୁଛି । ମାତ୍ର ଏହି ଅଂଚଳରେ ମାଫିଆମାନେ ଅନାୟାସରେ ମାଙ୍କଡ଼ ପଥର ଚୋରା ଚାଲାଣ କରୁଥିବା ଅଭିଯୋଗ ହେଉଛି ।






