ନୟାଗଡ଼, (ବାଘୁଆବାର୍ତ୍ତା): ଓଟିପି ସେୟାରିଂ ଓ ଆତଙ୍କୀ ଲିଙ୍କ ମାମଲା । ଗିରଫ ଅଭିଯୁକ୍ତ ପଠାଣି ସାମନ୍ତକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ STF । ମଙ୍ଗଳବାର ଠାରୁ ୫ ଦିନିଆ ରିମାଣ୍ଡରେ ନେଇପାରେ । ଗୁଡୁ ମୁସଲିମ୍ ଲିଙ୍କରେ ପଠାଣିସାମନ୍ତ ହୋଇପାରେ ଅଧିକ ପଚରାଉଚରା । ପଶ୍ଚିମବଙ୍ଗ ସିଲିଗୁଡି ଥାନାରେ ପଠାଣିସାମନ୍ତ ନାଁ ରେ ପୂର୍ବରୁ ମାମଲା ରହିଛି । ପଶ୍ଚିମବଙ୍ଗ STFର ରିମାଣ୍ଡ ସରିବା ପରେ ଝାରପଡା ଜେଲରେ ପଠାଣିସାମନ୍ତକୁ ଜେରା କରିବ NIA । ପଠାଣିସାମନ୍ତ ଓ ଅଭିଜିତ ସଞ୍ଜୟ ଜମ୍ବୁରେଙ୍କୁ ମୁହାଁମୁହିଁ ଜେରା ହୋଇପାରେ । ହାନିଟ୍ରାପ୍ ଓ ପାକିସ୍ତାନ ଗୁଇନ୍ଦା ଏଜେଣ୍ଟ ଲିଙ୍କ ନେଇ ଅଧିକ ପଚରାଉଚରା ହେବ । ପୂର୍ବରୁ ଏନେଇ ଇଣ୍ଟେଲିଜେନ୍ସ ବ୍ୟୁରୋ ସହ ଅଭିଯୁକ୍ତଙ୍କୁ ଜେରା କରିଛି ମୁମ୍ବାଈ ଆଣ୍ଟି ଟେରରିଷ୍ଟ ସ୍କ୍ବାର୍ଡ । ସେହିପରି ପୂର୍ବରୁ ଅନ୍ୟ ଅଭିଯୁକ୍ତ ଅଭିଜିତ୍ ଜମ୍ବୁରେଙ୍କୁ ଜେରା କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନ୍ଆଇଏ । ଏହି ଜେରା ସମୟରେ ଏନ୍ଆଇଏକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । କିନ୍ତୁ ଅଭିଜିତଙ୍କ ମତରେ, ତାଙ୍କୁ ଏହି କେସ୍ରେ ଫଶାଇ ଦିଆଯାଇଛି । ସେ ନିର୍ଦ୍ଦୋଷ ବୋଲି ଦାବି କରିଥିଲେ ।





