ନୟାଗଡ଼, (ବାଘୁଆବାର୍ତ୍ତା) : ସୂଚନା ଓ ପାଠାଗାର ଯୋଗାଯୋଗ ଗାନ୍ଧିନଗର ଓ କିଟ୍ ବିଶ୍ୱବିଦ୍ୟାଳୟର ସହଯୋଗୀତାରେ ୧୨ ତମ ଆନ୍ତର୍ଯ୍ୟାତିୟ କାଲିବର୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ ଓ ପ୍ରାଣୀ ସଂପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇ ପାଠାଗାର ସମ୍ବନ୍ଧିୟ ମତ ରଖିଥିଲେ । ସୂଚନା ବିଜ୍ଞାନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶିକ୍ଷାବିତ୍ ମାନଙ୍କୁ ଏକାଠି କରିବାରେ ପାଠାଗାର ମାଧ୍ୟମ ବୋଲି ମନ୍ତ୍ରୀ କହିବା ସହ ଭାରତବର୍ଷର ଶିକ୍ଷାବିତ୍ ଏବଂ ଗବେଷକମାନଙ୍କ ବୈଦ୍ଧିକ ବିକାଶ ନିମନ୍ତେ ଏହା ପ୍ରମୂଖ ସ୍ଥାନ ବୋଲି କହିଥିଲେ । ପାଠାଗାର ଗୁଡ଼ିକ ପ୍ରଗତୀ ଓ ଉନ୍ନତୀର ପରିମାପକ । କୋଲକତା ଜାତୀୟ ଲାଇବ୍ରେରୀ ଭାରତର ଶ୍ରେଷ୍ଠ ଲାଇବ୍ରେରୀର ମାନ୍ୟତା ପାଇଛି । ଏହା ସହିତ ପାଠାଗାରରେ ଇତିହାସ ଜନ୍ମ ନେଇଥାଏ ବୋଲି ଡ. ସାହୁ ବକ୍ତବ୍ୟ ରଖିଥିଲେ । ଭାରତ ବର୍ଷରେ ପାଠାଗାର ସଂସ୍କୃତି ବହୁ ପୂରୁଣା ଏହା ଅବସର ବିନୋଦନ ପାଇଁ ଏକ ମାଧ୍ୟମ ବୋଲି କହିଥିଲେ । ଏହା ସହିତ ବିଭିନ୍ନ ଶିଳାଳୀପି ପଥର ଖୋଚିତ ପାଠଗାରର ଇତିହାସ ବହନ କରେ ବୋଲି କହିବା ସହ ନାଳନ୍ଦା, ତକ୍ଷଶୀଳ. ପ୍ରାଚୀନ ବିଶ୍ୱବିଦ୍ୟାଳୟର ଇତିହାସ ବିଷୟରେ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାଶ, ବେଙ୍ଗାଲୁର ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ଟି.ଡି.କେମ୍ପାରାଜୁ, କିଟ୍ ବିଶ୍ୱବିଦ୍ୟାଳୟର ଉପକୂଳପତି ପ୍ରଫେସର ସଶ୍ମିତା ରାଣୀ ସାମନ୍ତ ପ୍ରମୂଖ ଉପସ୍ଥିତ ଥିଲେ ।





