Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପଟେଲଙ୍କ ବିସ୍ପୋରଣ ବ୍ୟାଟିଂରେ ସିରିଜ୍ ହାତେଇଲା ଭାରତ

by ସଞ୍ଜୟ ସ୍ୱାଇଁ
July 25, 2022
in Sports, State
ପଟେଲଙ୍କ ବିସ୍ପୋରଣ ବ୍ୟାଟିଂରେ ସିରିଜ୍ ହାତେଇଲା ଭାରତ
180
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ରେକର୍ଡ ୩୧୨ ରନ୍ର ଟାର୍ଗେଟକୁ ଚେଜ୍ କରି ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆ ସହ ସିରିଜ୍ କବଜା କରିଛି ଟିମ୍ ଇଣ୍ଡିଆ। ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ଖେଳୁଥିବା ଭାରତ ଗୋଟିଏ ମ୍ୟାଚ୍ ପୂର୍ବରୁ ହିଁ ଶୃଙ୍ଖଳା ହାତେଇ ନେଇଛି। ପ୍ରଥମ ମ୍ୟାଚ୍କୁ ୩ ରନରେ ଜିତିଥିବା ଭାରତ ଦ୍ୱିତୀୟ ଦିନିକିଆକୁ ୨ ବଲ ପୂର୍ବରୁ ୨ ୱିକେଟରେ ଜିତି ନେଇଛି। ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ବିସ୍ଫୋରଣ ବ୍ୟାଟିଂ(୩୫ ବଲରେ ଅପରାଜିତ ୬୪) ବଳରେ ଭାରତ ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇଛି। ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ସାଇ ହୋପଙ୍କ ଶତକୀୟ ଇନିଂସ ବଳରେ ୬ ୱିକେଟ ହରାଇ ୩୧୧ ରନ କରିଥିଲା। ଶତକୀୟ ମ୍ୟାଚରେ ଶତକ ହାସଲ କରିଥିବା ସାଇ ହୋପଙ୍କ ଏହି ଇନିଂସକୁ କିନ୍ତୁ ଭାରତୀୟ ବ୍ୟାଟରମାନେ ଫିକା କରି ଦେଇଛନ୍ତି। ପ୍ରଥମେ ଶ୍ରେୟସ ଆୟର(୬୩), ପରେ ସଞ୍ଜୁ ସାମସନ(୫୪) ଓ ଶେଷରେ ଅକ୍ଷର ପଟେଲଙ୍କ ଦମଦାର ବ୍ୟାଟିଂ ଯୋଗୁ ଭାରତ ୩୧୨ ରନ୍ କରି ମ୍ୟାଚ୍ ସହ ସିରିଜ୍ ଜିତିଛି। ବିସ୍ଫୋରକ ବ୍ୟାଟିଂ ସହ ବୋଲିଂରେ ଗୋଟିଏ ୱିକେଟ ନେଇଥିବା ଅକ୍ଷର ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ଏବେ ସିରିଜର ଶେଷ ମ୍ୟାଚ୍ ବୁଧବାର ଖେଳାଯିବ। ଦ୍ୱିତୀୟ ଦିନିକିଆରେ ଟସ୍ ଜିତି ୱେଷ୍ଟଇଣ୍ଡିଜ ଅଧିନାୟକ ନିକୋଲସ ପୂରନ ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ। ନିଜର ୧୦୦ତମ ଦିନିକିଆ ଖେଳୁଥିବା ହୋପ ଓ କାଇଲ ମାୟର୍ସ ଦମଦାର ବ୍ୟାଟିଂ କରି ପ୍ରଥମ ୱିକେଟ ପାଇଁ ୬୫ ରନ ଯୋଡ଼ିଥିଲେ। ମାୟର୍ସ(୩୯)ଙ୍କୁ ଆଉଟ କରି ଦୀପକ ହୁଡ୍ଡା ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ତେବେ ଦ୍ୱିତୀୟ ୱିକେଟ ପାଇଁ ହୋପ ଓ ସାମରା ବ୍ରୁକ୍ସ ପୁଣି ଗୋଟିଏ ଭଲ ଭାଗିଦାରୀ କରି ଦଳୀୟ ସ୍କୋରକୁ ୧୨୭ରେ ପହଞ୍ଚାଇଥିଲେ। ଏଥିସହ ହୋପ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ବ୍ରୁକ୍ସ(୩୫)ଙ୍କୁ ଆଉଟ କରି ଅକ୍ଷର ପଟେଲ ଇଣ୍ଡିଜକୁ ଦ୍ୱିତୀୟ ଝଟକା ଦେଇଥିଲେ। ବ୍ରେଣ୍ଡନ କିଙ୍ଗ ଖାତା ଖୋଲିବା ପୂର୍ବରୁ ହିଁ ୟୁଜବେନ୍ଦର ଚହଲଙ୍କ ବଲରେ ଆଉଟ ହୋଇଥିଲେ। ତେବେ ୪ର୍ଥ ୱିକେଟ ପାଇଁ ହୋପ ଓ ଅଧିନାୟକ ପୂରନ ୧୧୭ ରନ ଯୋଡ଼ି ବଡ଼ ସ୍କୋର ଅଭିମୁଖେ ଇଣ୍ଡିଜକୁ ନେଇ ଯାଇଥିଲେ। ପୂରନ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଦଳୀୟ ସ୍କୋର ୨୪୭ ଥିବା ବେଳେ ଶାର୍ଦ୍ଦୁଲ ଠାକୁର ୭୪ ରନ କରିଥିବା ପୂରନ ଓ ପରେ ୧୩ ରନ କରିଥିବା ବିସ୍ଫୋରକ ରୋଭମାନ ପାୱେଲଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!