Tuesday, May 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଳୁ କିଲୋ ୩୫, ମନ୍ତ୍ରୀ କହୁଛନ୍ତି ୧୫-୨୦ ଟଙ୍କାରେ ବିକ୍ରି ହେଉଛି ଆଳୁ

by ସଞ୍ଜୟ ସ୍ୱାଇଁ
September 21, 2024
in Feature News
ଆଳୁ କିଲୋ ୩୫, ମନ୍ତ୍ରୀ କହୁଛନ୍ତି ୧୫-୨୦ ଟଙ୍କାରେ ବିକ୍ରି ହେଉଛି ଆଳୁ
81
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍‌ ପ୍ରତିଦିନ ବଢ଼ୁଛି। ଫଳରେ ମହଙ୍ଗା ମାଡ଼ରେ କଲବଲ ହେଉଛନ୍ତି ସାଧାରଣ ଖାଉଟି। ପନିପରିବାଠାରୁ ଆରମ୍ଭ କରି ତେଲ, ଡାଲି ଆଦି ସବୁ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଦର ହୁ’ହୁ’ ହୋଇ ବଢ଼ିବାରେ ଲାଗିଛି। ଏତିକିବେଳେ ଗରିବ ଲୋକଙ୍କ ଖାଦ୍ୟ ଥାଳିର ପ୍ରମୁଖ ଖାଦ୍ୟ ସାମଗ୍ରୀ ଆଳୁର ଦାମ୍‌ ବି କିଲୋ ପିଛା ୩୫ରୁ ତଳକୁ ଖସୁନି। ଫଳରେ ସାଧାରଣ ଗରିବ ଲୋକ ସାମାନ୍ୟ ଆଳୁ କିଲୋଟିଏ ଘରକୁ ଆଣିବାକୁ ସକ୍ଷମ ହେଉନି। ମାସାଧିକ କାଳ ଏହି ଦାମ୍‌ ବଳବତ୍ତର ରହିଥିବାବେଳେ ସରକାରଙ୍କ ପକ୍ଷରୁ ଦାମ୍‌ କମାଇବା ଦିଗରେ କୌଣସି ପଦକ୍ଷେପ ନିଆଯାଉନି। ଅନ୍ୟପଟେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଜାରର ବାସ୍ତବସ୍ଥିତି ନ ଜାଣି ଆଳୁ କିଲୋ ୧୫-୨୦ ଟଙ୍କାରେ ବିକ୍ରି ହେଉଛି ବୋଲି ବାହାସ୍ଫୋଟ ମାରୁଛନ୍ତି। ମହଙ୍ଗା ମାଡ଼ରେ କଲବଲ ଖାଉଟି ମନ୍ତ୍ରୀଙ୍କ ଏଭଳି ବିବୃତ୍ତିକୁ ଘୋର ନିନ୍ଦା କରିଛନ୍ତି। ସୂଚନାନୁସାରେ, ଜୁଲାଇ ଶେଷ ସପ୍ତାହରେ ଆଳୁକୁ ନେଇ ରାଜ୍ୟରେ ସଂକଟଜନକସ୍ଥିତି ଉପୁଜୁଥିଲା। ଏହାପରେ ଦାମ୍‌ ବଢ଼ି କିଲୋ ପିଛା ୬୦-୭୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଗଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସର୍ବକାଳୀନ ରେକର୍ଡ। ଏହା ପରେ ପଶ୍ଚିମବଙ୍ଗରୁ ଆଳୁ ଆସିବା ସ୍ୱାଭାବିକ ହେଲା। ରାଜ୍ୟର ଧୀରେ ଧୀରେ ଦର ହ୍ରାସ ପାଇଲା। ହେଲେ ପୂର୍ବଭଳି ଦର ଖସି ନ ଥିଲା। ଏହି ସଂକଟ ପୂର୍ବରୁ ଦର ୨୦ରୁ ୨୫ ଟଙ୍କା ରହୁଥିବାବେଳେ ଏବେ କିଲୋ ପିଛା ୩୫ରୁ ୪୦ଟଙ୍କା ରହୁଛି। ପାଇକାରୀ ଦର ମାସେ ହେଲା ୨୦ରୁ ୨୨ ଟଙ୍କା ରହୁଥିବାବେଳେ ଖୁଚୁରା ବଜାର କିନ୍ତୁ ୩୩ ତଳକୁ ଖସୁନି। ଏହାକୁ ନେଇ ଖାଉଟିଙ୍କ ମହଲରେ ଅସନ୍ତୋଷ ବଢ଼ୁଥିବାବେଳେ ଯୋଗାଣ ବିଭାଗ କିନ୍ତୁ ଦର ନିୟନ୍ତ୍ରଣ କରିବା ଦିଗରେ କୌଣସି ପଦକ୍ଷେପ ନେଉନି। ଖୁଚୁରା ବେପାରୀ ପାଇକାରୀ ଦରଠାରୁ ୫ରୁ ୬ ଟଙ୍କା ଲାଭ ରଖି ବିକ୍ରି କରିବା ପରିବର୍ତ୍ତେ ୧୦ରୁ ୧୫ ଟଙ୍କା ଉଚ୍ଚାରେ ବିକ୍ରି କରୁଛନ୍ତି। ରାଜଧାନୀରେ କିଛି ଅସାଧୁ ବ୍ୟବସାୟୀ ଜାଣିଶୁଣି ଏଭଳି ଉଚ୍ଚା ଦାମ୍‌ରେ ବିକୁଥିବାରୁ ଏହାର ପ୍ରଭାବ ସାରା ରାଜ୍ୟରେ ପଡ଼ୁଛି ବୋଲି ଅଭିଯୋଗ ହେଉଛି। ଯୋଗାଣ ବିଭାଗର ସ୍ଥାଣୁତା ଏହି ଅସାଧୁ ବ୍ୟବସାୟୀଙ୍କୁ ବଳ ଯୋଗାଉଛି ବୋଲି କୁହାଯାଉଛି। ଆଇଗିଣିଆ କୁବେରପୁରୀ ବ୍ୟବସାୟୀ ସଂଘର ସମ୍ପାଦକ ଶକ୍ତି ଶଙ୍କର ମିଶ୍ରଙ୍କ କହିବାନୁସାରେ, ପ୍ରତିଦିନ ଦାମ୍‌ ବଢ଼ୁଛି, କମୁଛି। ଆଳୁ ଆମଦାନୀରେ କିନ୍ତୁ କୌଣସି ସମସ୍ୟା ନାହିଁ। ଓଡ଼ିଶାକୁ ଯେତିକି ଆଳୁ ଆବଶ୍ୟକ ପ୍ରତିଦିନ ତାହା ଆସୁଛି। ପାଇକାରୀ ଦର ୨୦ରୁ ୨୨ଟଙ୍କା ଭିତରେ ସ୍ଥିର ରହୁଛି ବୋଲି ସେ କହିଛନ୍ତି। ଖୁଚୁରା ବ୍ୟବସାୟୀ ଗୋଲକ ବିହାରୀ ସାହୁ କହିଛନ୍ତି, ଆମେ ୩ କିଲୋକୁ ଶହେ ଟଙ୍କାରେ ବିକ୍ରି କରୁଛୁ। ପାଇକାରୀ ବଜାରରୁ କିଲୋ ୨୨ଟଙ୍କାରେ କିଣୁଥିବାବେଳେ ପଚା, ସଢ଼ା ଓ ପରିବହନ ଆଦି ଖର୍ଚ୍ଚକୁ ମିଶାଇଲେ ଆମକୁ ୨୫ରୁ ୨୮ ଟଙ୍କା ହୋଇଯାଉଛି। ତେଣୁ ୩୩ ଟଙ୍କାରେ ବିକ୍ରି କରିବାକୁ ଆମେ ବାଧ୍ୟ ବୋଲି ସେ କହିଛନ୍ତି। ଗ୍ରାହକ ପ୍ରକାଶ ବିଶ୍ୱାଳ କହିଛନ୍ତି, ନିର୍ବାଚନ ପରେ ସବୁ ସାମଗ୍ରୀର ଦାମ୍‌ ହୁ’ହୁ’ ବଢ଼ୁଛି। ହେଲେ ମୁଁ ଗୋଟିଏ ଘରୋଇ କମ୍ପାନୀରେ ଚାକିରି କରିଛି, ସେଥିରେ କରୋନା ପରଠାରୁ ଦରମା ବଢ଼ୁନି। ଏହି ମହଙ୍ଗା ମାଡ଼ରେ ଚଳିବା ମୁସ୍କିଲ୍‌ ହୋଇଗଲାଣି ବୋଲି ସେ କ୍ଷୋଭର ସହ କହିଛନ୍ତି। ସରକାର ଲୋକଙ୍କ ହିତ କରିବା ପରିବର୍ତ୍ତେ ଲୋକଙ୍କୁ ଶୋଷଣ କରୁଛନ୍ତି ବୋଲି ସେ କହିଛନ୍ତି।

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026
ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

May 24, 2026
ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

May 24, 2026
ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

May 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!