ପାଟପୁର, (ବାଘୁଆବାର୍ତ୍ତା): ଚୋରି ଘଟଣା ଉପରୁ ପରଦା ହଟାଇଲା ପାଟପୁର ପୋଲିସ । ଝାଡୁ ବିକ୍ରି କରିବାକୁ ଯାଇ କରିଥିଲେ ବ୍ଲୁ ପ୍ରିଣ୍ଟ ବ୍ୟବହାର କରିଥିଲେ । ଏହି ଗ୍ୟାଙ୍ଗ ଦିନ ବେଳେ ଝାଡୁ ବିକ୍ରି କରି ରାତ୍ରି ସମୟରେ କରୁଥିଲେ ଚୋରି । ଘଟଣାରେ ୫ ଚୋର ସମେତ ଜଣେ ଚୋରି ସାମଗ୍ରୀ କ୍ରେତାକୁ ଗିରଫ କରି କୋର୍ଟଚାଲାଣ ପୋଲିସ୍ । ୭୦ ଗ୍ରାମର ସୁନା ଅଳଙ୍କାର ଗହଣା ସହ ବାସନକୁସନ ଜବତ କରାଯାଇଛି । ଗତ ୧୩ ତାରିଖ ରାତିରେ ପାଟପୁର ଥାନା କଂସାମରି ଗ୍ରାମର ଦୁଇଟି ଘରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଘଟଣାକୁ ଗୁରୁତର ସହ ନେଇ ୬ ଜଣ ଗିରଫ କରି ଚୋରୀ ସାମଗ୍ରୀ ଜବତ କରିଛି ପାଟପୁର ପୋଲିସ ।





