ନୟାଗଡ଼, (ବାଘୁଆବାର୍ତ୍ତା): ମାଛ ଧରିବାକୁ ଯାଇ ଆଉ ଘରକୁ ଫେରି ନାହାନ୍ତି ପ୍ରହଲ୍ଲାଦ ପାଙ୍ଗି । ଯୋର ବର୍ଷା ପବନରେ ନଦୀ ଭିତରେ ନିଖୋଜ ହୋଇଗଲେ । ବର୍ଷା ପବନ ଥମିବା ପରେ ପ୍ରହଲ୍ଲାଦ ପାଙ୍ଗିର ପତ୍ତା ମିଳିନଥିଲା । ଖବର ଜାଣିବା ପରେ ପ୍ରହଲ୍ଲାଦଙ୍କ ସ୍ତ୍ରୀ ଥାନାରେ ଯାଇ ଅଭିଯୋଗ କରିଥିବା ଜଣାପଡିଛି । ସୂଚନାନୁସାରେ, ନନ୍ଦପୁର ବ୍ଲକ୍ ଅନ୍ତର୍ଗତ ଓୟେରଲା ଗ୍ରାମର ପ୍ରହଲ୍ଲାଦ ପାଙ୍ଗି ମାଛ ଧରିବାକୁ ନିକଟସ୍ଥ ପାତାଳୀ ନଦୀକୁ ଯାଇଥିଲେ । ସେ ନଦୀ କୁଳରୁ ଡଙ୍ଗାଧରି ନଦୀଗର୍ଭକୁ ଯାଇଥିବା ବେଳେ ହଠାତ୍ ବର୍ଷା, ପବନ ଓ ବିଜୁଳି ଘଡ଼ଘଡ଼ି ହୋଇଥିଲା । ବର୍ଷା, ପବନ ଥମିବା ପରେ ପହଲ୍ଲାଦର ଦେଖା ମିଳିନଥିଲା । ଏହା ଜାଣିବା ପରେ ସ୍ଥାନୀୟୟ ଲୋକ ବହୁ ଖୋଜାଖୋଜି କରିବା ସହିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ନନ୍ଦପୁର ଅଗ୍ନିଶମ କର୍ମଚାରୀ ପହଞ୍ôଚ ଖୋଜାଖୋଜି ଆରମ୍ଭ କରିଥିବା ଖବର ମିଳିଛି ।





