ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଆଜି ସନ୍ଧ୍ୟା ସୁଦ୍ଧା ମେଣ୍ଟ ନେଇ ଆସିପାରେ ବଡ଼ ଖବର । ମେଣ୍ଟ ନେଇ ଚିତ୍ର ସ୍ପଷ୍ଟ ହୋଇପାରେ । ଏନେଇ ଦିଲ୍ଲୀରେ ଚାଲିଛି କସରତ । ଆଜି ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟି ପାରନ୍ତି ବିଜେଡି ଶୀର୍ଷ ନେତୃତ୍ୱ । ଗତକାଲି ଦିଲ୍ଲୀ ଯାଇଛନ୍ତି ବିଜେଡିର ଦୁଇ ପ୍ରମୁଖ ନେତା ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଓ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଏମାନେ ଆଜି ଅମିତ ଶାହ ଓ ଜେପି ନଡ୍ଡାଙ୍କୁ ଭେଟିବେ । ବିଜେଡି ଲୋକସଭା ଓ ବିଧାନସଭାରେ କେତେ ଆସନରେ ଲଢିବ, ସେନେଇ ଶୀର୍ଷ ନେତୃତ୍ୱଙ୍କୁ ଅବଗତ କରିବେ । ଏହା ସହ ରାଜ୍ୟ ବିଜେପିର ନେତାମାନେ ମଧ୍ୟ ଦିଲ୍ଲୀରେ ଡେରା ପକାଇଛନ୍ତି । ତେଣୁ ଆସନ ବୁଝାମଣା ନେଇ ଆଜି ସନ୍ଧ୍ୟା ସୁଦ୍ଧା ଚିତ୍ର ସ୍ପଷ୍ଟ ହେବ ବୋଲି କୁହାଯାଉଛି ।






