Monday, July 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପରୀକୁ ନ୍ୟାୟ ଦାବିରେ ରାସ୍ତାରୋକ ଓ ବିକ୍ଷୋଭ

by Anil Panda
August 12, 2020
in Breaking, Feature News, Nayagarh
ପରୀକୁ ନ୍ୟାୟ ଦାବିରେ ରାସ୍ତାରୋକ ଓ ବିକ୍ଷୋଭ
540
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ୫ ବର୍ଷର ନାବାଳିକା ପରୀ ହତ୍ୟା ଘଟଣାକୁ ନେଇ ସବୁଠି ସୃଷ୍ଟି ହୋଇଛି ଅସନ୍ତୋଷର ପରିସ୍ଥିତି । ନ୍ୟାୟ ଦାବିରେ ଯଦୁପୁର ଗ୍ରାମର ଶହ ଶହ ଲୋକ ନୟାଗଡ଼ ଖଣ୍ଡପଡ଼ା ପୂର୍ତ୍ତ ବିଭାଗ ରାସ୍ତାକୁ ଗାଁ ମୁଣ୍ଡରେ ଅବରୋଧ କରିଛନ୍ତି । ନାବାଳିକ ନିଖୋଜ ଘଟଣାକୁ ମାସେ ବିତିବାକୁ ବସିଥିବା ବେଳେ ଆଜି ଯଦୁପୁର ଗ୍ରାମବାସୀଙ୍କ ମଧ୍ୟରେ ଦୀର୍ଘଦିନ ଧରି କୁହୁଳୁଥିବା ଅସନ୍ତୋଷ ଆଜି ଉଗ୍ରଋପ ଧାରଣ କରିଛି । ଗ୍ରାମର ଶତାଧିକ ମହିଳା, ପୁରୁଷ କୋଭିଡ୍ ନିୟମକୁ ଭାଙ୍ଗି ପରୀକୁ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଗ୍ରାମବାସୀମାନେ ଗାଁ ମୁଣ୍ଡ ତଥା ନୟାଗଡ଼ ଖଣ୍ଡପଡ଼ା ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରିଛନ୍ତି । ଖବରପାଇ ବରିଷ୍ଠ ପୁଲିସ ଅଧିକାରୀ ଏବଂ ତହସିଲଦାର ଘଟଣାସ୍ଥଳରେ ପଂହଚି ୧୫ ଦିନ ମଧ୍ୟରେ ଦୋଷୀକୁ ଧରିବା ପାଇଁ ପ୍ରତିଶୃତି ଦେବା ପରେ ଆଜି ରାସ୍ତାରୋକ ହଟିଥିବା ଜଣାଯାଇଛି ।

ଅନ୍ୟପକ୍ଷେ, ଏହି ଘଟଣାକୁ ନେଇ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପଦର୍ଶନ କରାଯାଇଛି । ୭ ଦିନ ମଧ୍ୟରେ ତଦନ୍ତ ପ୍ରକିୟାକୁ ଶେଷ କରି ଅଭିଯୁକ୍ତକୁ ଗିରଫ କରିବା ଦାବି ନେଇ ଆଜି ଏବିଭିପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଶାନ୍ତି ପୂଣ୍ଣ ବିକ୍ଷୋଭ କରାଯିବା ସହ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ପ୍ରିୟବ୍ରତ ମିଶ୍ର, ନଗର ସଂପାଦକ ଦିଲ୍ଲୀପ କୁମାର ନାୟକ, ସହ ସଂପାଦକ ରିଶି ପଟ୍ଟନାୟକ, ଆଲୋକ ବରାଡ଼, ସଚ୍ଚିକାନ୍ତ ବାଇ, ବିଶ୍ୱରଂଜନ ବେହେରା, ପ୍ରତାପ କୁମାର ପ୍ରଧାନ, ସୋମେଶ ପଟ୍ଟନାୟକ, ସୂର୍ଯ୍ୟପ୍ରସାଦ ଦାଶ, ଦେବବ୍ରତ ମିଶ୍ର, କୃପାସିନ୍ଧୁ ରାଉତ, ସୁନିଲ ବାଇ, ଚିତ୍ତରଂଜନ ଦାସ ପ୍ରମୂଖ ଯୋଗ ଦେଇଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!